ସ୍କୁଲ ବସରେ ବିସ୍ଫୋରଣ, 5 ପିଲା ମୃତ

ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ । ବିସ୍ଫୋରଣ ହେବା ଯୋଗୁଁ ସ୍କୁଲ ବସରେ ଥିବା ପିଲାଙ୍କ ମଧ୍ୟରୁ 5 ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୩୮ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ଆତ୍ମଘାତୀ ବସିଥିବା ଏକ କାର୍ ସିଧାସଳଖ ଯାଇ ସ୍କୁଲ ବସ୍ ସହିତ ଧକ୍କା ହୋଇଥିଲା । ଏହି ଘଟଣା ବଲୁଚିସ୍ତାନ ପ୍ରାନ୍ତର ଖୁଜଦାରରେ ହୋଇଛି ।

ପାକିସ୍ତାନ ନ୍ୟୁଜ ୱେବସାଇଟ ଡନ୍ ମୁତାବକ, ସ୍କୁଲ ବସ୍ ଜିରୋ ପଏଣ୍ଟ ପାଖରେ ଥିବା ବେଳେ ଏହି ବିସ୍ଫୋରଣ ହୋଇଛି । ତେଣୁ ଆହତଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଆହତଙ୍କୁ କ୍ବୋଟା ଏବଂ କରାଚୀ ହସପିଟାଲରେ ଭର୍ତ୍ତି କରାଯାଇଛି ।

blast

ତେବେ ଏହି ଘଟଣାକୁ ନେଇ ପାକିସ୍ତାନ ଗୃହ ମନ୍ତ୍ରୀ ମୋହସିନ ନକଭି ନିନ୍ଦା କରିଛନ୍ତି । ସେ କହିଛନ୍ତି, ପିଲାଙ୍କୁ ଟାର୍ଗେଟ କରିଥିବା ଆକ୍ରମଣକାରୀଙ୍କୁ କୌଣସି ଅବସ୍ଥାରେ ମଧ୍ୟ ଛଡାଯିବ ନାହିଁ । ଏହା ସହିତ ଘଟଣାରେ ପ୍ରାଣ ହରାଇଥିବା ପିଲାଙ୍କ ପରିବାର ପ୍ରତି ସମବେଦନା ଜାରି କରିଛନ୍ତି । ଏହି ଘଟଣା ଦେଶରେ ଅସ୍ଥିରତା ଉତ୍ପନ୍ନ କରିବା ପାଇଁ ଏକ ଷଡଯନ୍ତ୍ର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+