ସିଲିଣ୍ଡର ଫାଟି ଗୋଟାଏ ପରିବାରରେ ୫ ଦଗ୍ଧ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ରାଜସ୍ଥାନର ରାଜଧାନୀ ଜୟପୁରରେ ଏକ ଯନ୍ତ୍ରଣାଦାୟକ ଘଟଣା ଘଟିଛି। ଏଠାରେ ଏକ ଘରେ ନିଆଁ ଲାଗିବାରୁ ପାଞ୍ଚ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୩ ଶିଶୁ ଓ ତାଙ୍କ ବାପା ମାଆ ରହିଛନ୍ତି। ଏହି ଅଘଟଣରେ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଘଟଣାରେ ଆହତ ହୋଇଥିବା ଲୋକଙ୍କର ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଅଘଟଣ ଜୟପୁରରେ ବିଶ୍ୱକର୍ମାର ଜୈସଲୟା ଗାଁର ଯାଦବ ମାର୍କେରେ ଘଟିଛି। ସୂଚନା ଯୋଗ୍ୟ, ନିଆଁ ପ୍ରଥମେ ଘର ଭିତରେ ସିଲିଣ୍ଡରରୁ ଲାଗି ଥିଲା। ସମସ୍ତ ମୃତକ ବିହାରର ବାସିନ୍ଦା,ସେମାନେ ଜୟପୁରରେ ଏକ ଘରେ ରହୁଥିଲେ। ଘଟଣା ବିଷୟରେ ଖବର ପାଇ ଅଗ୍ନିଶମ କର୍ମଚାରୀ ଓ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣାର ତଦନ୍ତ ଜାରି ରହିଛି।
ଏହି ଦୁର୍ଘଟଣାରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ମଧ୍ୟ ସମବେଦନା ଜଣାଇଛନ୍ତି। ସେ କହିଛନ୍ତି, 'ଜୟପୁରରେ ଠାରେ ଅଗ୍ନିକାଣ୍ଡ ଯୋଗୁଁ ୫ସାଧାରଣ ନାଗରିକଙ୍କ ଅକାଳ ବିୟୋଗ ହେବାର ଖବର ହୃଦୟ ବିଦାରକ।












Click it and Unblock the Notifications