ମହାରାଷ୍ଟ୍ରରେ ଭୟଙ୍କର ସଡ଼କ ଦୁର୍ଘଟଣା,୫ ମୃତ
ମହାରାଷ୍ଟ୍ରର ସୋଲାପୁରରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ସୋଲାପୁରରୁ ପୁଣେ ଯାଉଥିବା ନ୍ୟାସନାଲ ହାଇୱେରେ ଗୋଟିଏ କାର୍ ନିୟନ୍ତ୍ରଣ ହରାଇ ଗଛରେ ପିଟି ହେବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି ।

ସୂଚନାନୁଯାୟୀ, ସମସ୍ତ ଲୋକ ଦେବତାଙ୍କ ଦର୍ଶନ ପାଇଁ ପାନଭେଲରୁ ଆକ୍କାଲକୋଟ ଯାଉଥିଲେ । ରାତି ପ୍ରାୟ ୧୨ଟା ସମୟରେ ଡ୍ରାଇଭର କାର ଉପରୁ ନିୟନ୍ତ୍ରଣ ହରାଇଲେ ଏବଂ ଦ୍ରୁତ ଗତିରେ ଆସୁଥିବା କାରଟି ରାସ୍ତା କଡ଼ରେ ଥିବା ଏକ ଗଛ ସହିତ ଧକ୍କା ହୋଇଥିଲା ।
ସେହି ସମୟରେ ମାହୋଲ ନିକଟରେ ସେମାନଙ୍କର ଦୁର୍ଘଟଣା ଘଟିଥିଲା । ବର୍ତ୍ତମାନ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯିବା ସହିତ ମୃତକଙ୍କ ପରିଚୟ ଚିହ୍ନଟ କରିବାକୁ ଚେଷ୍ଟା କରୁଛି ପୋଲିସ ।












Click it and Unblock the Notifications