ବନ୍ଦ ଘରୁ ମିଳିଲା ୫ ମୃତ ଦେହ ; ମାମଲାରେ ତଦନ୍ତ ଆରମ୍ଭ କଲା ପୋଲିସ

ଉତ୍ତରପ୍ରଦେଶର ମେରୁଟରୁ ଆସିଛି ଏକ ହୃଦୟ ବିଦାରକ ଘଟଣା । ଗୋଟାଏ ପରିବାରର ପାଞ୍ଚ ଜଣଙ୍କ ମୃତଦେହ ମିଳିଛି । ବକ୍ସ ଖଟରେ ଥିବା ପୋଷାକ ମଧ୍ୟରେ ମୃତଦେହ ଲୁଚି ରହିଥିଲା । ଆଉ ଖଟ ପାଖରେ ଦମ୍ପତି ଓ ଖଟ ଭିତରୁ ଝିଅଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ୫ ଜଣଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ଚିହ୍ନ ରହିଥିବା ଦେଖିବାକୁ ମିଳିଛି । ତେଣୁ ୫ ଜଣଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରାଯାଉଛି ।

Uttar Pradesh

ପୋଲିସ ଏବଂ ଫୋରେନସିକ୍ ଅଧିକାରୀଙ୍କ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଥିଲେ। ଘଟଣାର ଗୋଟିଏ ଦିନ ପୂର୍ବରୁ ପରିବାର ଲୋକ ନିଖୋଜ ହୋଇଯାଇଥିଲେ। ଏହି ଘଟଣା ଦେଖି ପରିବାର ଲୋକଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ଆତ୍ମହତ୍ୟା ନୋଟ ମଧ୍ୟ ମିଳି ନଥିଲା। ତେବେ ହତ୍ୟା କିମ୍ବା ଆତ୍ମହତ୍ୟା ସମ୍ପର୍କରେ ପୋଲିସ କିଛି କହିବା ଠାରୁ ଦୂରେଇ ରହିଛି।

୫ ମୃତକଙ୍କ ମଧ୍ୟରେ ସ୍ବାମୀ ଓ ସ୍ତ୍ରୀଙ୍କ ସହ ଅଛନ୍ତି ୩ ଝିଅ । ୩ ଶିଶୁକନ୍ୟାଙ୍କ ମଧ୍ୟରୁ ଜଣଙ୍କର ବୟସ ୧ ବର୍ଷ ହୋଇଥିବାବେଳେ ଅନ୍ୟ ଦୁଇ ଜଣଙ୍କ ବୟସ ୪ ବର୍ଷ ଓ ୮ ବର୍ଷ । ଘର ଭିତରେ ୫ ମୃତଦେହ ପଡ଼ି ରହିଥିବାବେଳେ ବାହାରେ ତାଲା ମରା ହୋଇଥିଲା । ମିରଟ ସୋହେଲ ଗାର୍ଡେନ ଅଞ୍ଚଳରେ ଏଭଳି ଘଟଣାକୁ ନେଇ ଚର୍ଚ୍ଚା ଲାଗି ରହିଛି । କେଉଁ ପରିସ୍ଥିତିରେ ୫ ଜଣଙ୍କ ମୃତ୍ୟୁ ହେଲା, ସେ ନେଇ ତଦନ୍ତ ଜାରି ରଖିଛି ପୋଲିସ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+