ଖାଇକୁ ଖସିଲା ଯାତ୍ରୀବାହୀ ବସ୍, ୫ ମୃତ, ୧୫ ରୁ ଅଧିକ ଆହତ
ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାରେ ବସ୍ ଦୁର୍ଘଟଣା ଘଟିଛି। ଗୁରୁବାର ସକାଳେ ସରକାଘାଟ ଉପଖଣ୍ଡର ମସେରନ୍ ଅଞ୍ଚଳରେ ହିମାଚଳ ସଡ଼କ ପରିବହନ ନିଗମ (HRTC)ର ଏକ ବସ୍ ନିୟନ୍ତ୍ରଣ ହରାଇ ଗଭୀର ଘାଟିକୁ ଖସିପଡ଼ିଛି। ଏହି ଦୁର୍ଘଟଣାରେ ଜଣେ ଯୁବ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି । ସେପଟେ ୧୫ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଅଛି ବୋଲି କୁହାଯାଉଛି। ମୃତକଙ୍କ ମଧ୍ୟରେ ତିନି ଜଣ ମହିଳା, ଜଣେ ଯୁବ ଏବଂ ଜଣେ ପୁରୁଷ ଅଛନ୍ତି।

ସୂଚନା ମୁତାବକ, ମଣ୍ଡିର ମସରିନରେ ବସଟି ମୋଡ଼ ନେଉଥିବା ବେଳେ ନିୟନ୍ତ୍ରଣ ହରାଇ ଖାଇକୁ ଖସିପଡ଼ିଥିଲା । ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ସ୍ଥାନୀୟ ଲୋକଙ୍କ ସହିତ ପୁଲିସ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ସମସ୍ତ ଆହତଙ୍କୁ ଘଟଣାସ୍ଥଳରୁ ଡାକ୍ତରଖାନା ନିଆଯାଇଛି। ସେହିପରି ଏହି ଦୁର୍ଘଟଣାରେ ଗୁରୁତର ଆହତମାନଙ୍କୁ ବିଳାସପୁର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ତେବେ ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଏବଂ ଜଣେ ବାଳକ ଥିବା ଜଣାପଡ଼ିଛି। ସେପଟେ ଏହି ଦୁର୍ଘଟଣାର ଖବର ପାଇ ମୃତକଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି।












Click it and Unblock the Notifications