ପାଣିରେ ବୁଡ଼ି ୫ ନାବାଳକ ମୃତ
ଗୁଜରାଟ:କ୍ରିଷ୍ଣା ସାଗର ହ୍ରଦରେ ବୁଡ଼ି ୫ ନାବାଳକ ମୃତ । ଗୁଜରାଟ ବୋଟାଡ ଜିଲ୍ଲାରେ ଏପରି ଅଭାବନୀୟ ଘଟଣା ଘଟିଛି । ଗାଧୋଇବା ବେଳେ ପ୍ରଥମେ ୨ ନାବାଳକ ବୁଡ଼ି ଯାଇଥିଲେ । ସେମାନଙ୍କୁ ବଞ୍ଚାଇବା ପାଇଁ ଯାଇ ଆଉ ୩ ଜଣ ପାଣିରେ ବୁଡ଼ି ଯାଇଥିଲେ ।
ଏସପିଙ୍କ ସୂଚନା ଅନୁସାରେ, ଦୁଇ ଜଣ ନାବାଳକ ଅପରାହ୍ନରେ କ୍ରିଷ୍ଣା ସାଗର ହ୍ରଦରେ ଗାଧୋଇବା ପାଇଁ ଯାଇଥିବା ବେଳେ ଏପରି ଅଘଟଣ ଘଟିଥିଲା । ପାଣିରେ ୨ ଜଣ ନାବାଳକଙ୍କୁ ବୁଡିବା ଦେଖି ସେଠାରେ ଉପସ୍ଥିତ ଥିବା ଅନ୍ୟ ୩ ଜଣ ନାବାଳକ ସେମାନଙ୍କୁ ଉଦ୍ଧାର କରିବା ପାଇଁ ହ୍ରଦ ମଧ୍ୟକୁ ପ୍ରବେଶ କରିଥିଲେ । ହେଲେ ୩ ଜଣ ହ୍ରଦରେ ବୁଡ଼ି ଯାଇଥିଲେ ।

ସମସ୍ତ ମୃତକଙ୍କ ବୟସ ୧୬ ରୁ ୧୭ ବର୍ଷ ବୟସ ମଧ୍ୟରେ ଥିବା ନେଇ ସୂଚନା ରହିଛି । ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ଏହି ଘଟଣାର ଅଧିକ ତଦନ୍ତ ଆରମ୍ଭ ହୋଇଛି ।












Click it and Unblock the Notifications