ଭୂମିକମ୍ପରେ ଥରିଲା ଆସାମ, ରିକ୍ଟର ସ୍କେଲରେ ତୀବ୍ରତା ୫.୮
ଆସାମରେ ଏକ ୫.୮ ତୀବ୍ରତାର ଭୂମିକମ୍ପ ହୋଇଛି । ଏହି ଭୂମିକମ୍ପର ପ୍ରଭାବ ଉତ୍ତର-ପୂର୍ବର ଆଉ କିଛି ରାଜ୍ୟ ଓ ପଶ୍ଚିମବଙ୍ଗରେ ବି ଅନୁଭୂତ ହୋଇଥିଲା । ସ୍ଥାନୀୟ ଅଧିକାରୀମାନେ କହିଛନ୍ତି ଯେ ଅପରାହ୍ଣ ୪ଟା ୪୧ ମିନିଟ ସମୟରେ ଏହି ଭୂମିକମ୍ପ ଆସିଥିଲା ।

ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଆସାମର ଅନ୍ୟ ଏକ ଜିଲ୍ଲା ଉଦଲଗୁରିରେ ଭୂପୃଷ୍ଠରୁ ପାଞ୍ଚ କିଲୋମିଟର ଗଭୀରତାରେ ରେକର୍ଡ କରାଯାଇଛି। ଆସାମ ବ୍ୟତୀତ ଭୁଟାନ ଏବଂ ପଶ୍ଚିମବଙ୍ଗର ଉତ୍ତର ଭାଗରେ ମଧ୍ୟ ଏହି ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା। ଗୌହାଟିରେ ଭୂମିକମ୍ପର ତୀବ୍ରତା ୫.୮ ମାପ କରାଯାଇଛି। ତଥାପି, ଏପର୍ଯ୍ୟନ୍ତ କୌଣସି ମୃତାହତ କିମ୍ବା ଆହତ ଏବଂ କୌଣସି ସମ୍ପତ୍ତି କ୍ଷତିର ଖବର ନାହିଁ।












Click it and Unblock the Notifications