ଭୂକମ୍ପରେ ଥରିଲା ଦିଲ୍ଲୀ-ଏନସିଆର
ମଧ୍ୟମଧରଣର ଭୂକମ୍ପ ଝଟକାରେ ଥରିଛି ରାଜଧାନୀ ଦିଲ୍ଲୀ। ପାକିସ୍ତାନରେ ହୋଇଥିବା ୫.୮ ତୀବ୍ରତାର ଭୂକମ୍ପ ଝଟକା ପ୍ରଭାବ ଭାରତର ରାଜଧାନୀ ଦିଲ୍ଲୀରେ ଅନୁଭୂତ ହୋଇଛି। ଭୂକମ୍ପର ଝଟକା ପାକିସ୍ତାନ ଠାରୁ ଆରମ୍ଭ କରି ଆଫଗାନିସ୍ତାନ ଏବଂ ଭାରତରେ ଅନୁଭୂତ ହୋଇଛି ।

ଭାରତର ଜୟପୁର, ଚଣ୍ଡୀଗଡ, ଦିଲ୍ଲୀ ଏବଂ ନୋଏଡା ସହିତ ଅନେକ ସହରରେ ହାଲକା ଭାବେ ଅନୁଭୂତ ହୋଇଛି । ଜମ୍ମୁକାଶ୍ମୀର, ହରିୟାଣା ଏବଂ ପଞ୍ଜାବରେ ମଧ୍ୟ ଏହାର ପ୍ରଭାବ ଦେଖାଦେଇଛି । ତେବେ ପାକିସ୍ତାନରେ ହୋଇଥିବା ଭୂକମ୍ପର ଗଭୀରତା ୩୩ କିଲୋମିଟର ରହିଥିଲା । ତେବେ ଏନେଇ କୌଣସି କ୍ଷୟକ୍ଷତି ସୂଚନା ଆସିନାହିଁ । ଗତ ୨ ସପ୍ତାହରେ ୨ୟ ଥର ଦିଲ୍ଲୀ ଏନସିଆରରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି।












Click it and Unblock the Notifications