ଭୂକମ୍ପରେ ଥରିଲା ଜାମ୍ମୁ କାଶ୍ମୀର ଏବଂ ଲଦାଖ
Earthquake in Ladakh: ଭୂକମ୍ପରେ ଥରିଲା ଜାମ୍ମୁ କାଶ୍ମୀର ଏବଂ ଲଦାଖ । ସୋମବାର ରାତି 21:35ରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 5.2 ରେକର୍ଡ କରାଯାଇଛି । ଏନେଇ ଜାତୀୟ ଭୂକମ୍ପ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ । ଏହାର କେନ୍ଦ୍ରସ୍ଥଳ ଉତ୍ତର କାର୍ଗିଲର 148 କିଲୋମିଟର ଉତ୍ତର-ପଶ୍ଚିମ ଦିଗପେ ରହିଛି ।
Earthquake of Magnitude:5.2, Occurred on 19-02-2024, 21:35:17 IST, Lat: 35.45 & Long: 74.93, Depth: 10 Km ,Location: 148km NW of Kargil, Laddakh, India for more information Download the BhooKamp App https://t.co/MFGkLzM4Lu@KirenRijiju @Dr_Mishra1966 @Indiametdept @ndmaindia pic.twitter.com/iZnl7HCS97
— National Center for Seismology (@NCS_Earthquake) February 19, 2024
ସୂଚନା ଅନୁସାରେ ଭୂକମ୍ପର କେନ୍ଦ୍ରସ୍ଥଳ ଗଭୀରତା ଭୂପୃଷ୍ଠରୁ 10 କିମି ଦୂର ରହିଥିଲା ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ ଶ୍ରୀନଗରରେ ମଧ୍ୟ କମ୍ପନ ଅନୁଭୂତ ହୋଇଛି । ଭୂକମ୍ପରେ କେତେ କ୍ଷୟକ୍ଷତି ହୋଇଛି ସେ ସମ୍ପର୍କରେ ସୂଚନା ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ ।













Click it and Unblock the Notifications