ଇପିଏଫ୍ଓ ଏବଂ ଏନପିଏସ୍ ତଥ୍ୟ ଅନୁଯାୟୀ ଗତ ୪ ବର୍ଷରେ ୫.୨ କୋଟି ଆନୁଷ୍ଠାନିକ ଚାକିରି ସୃଷ୍ଟି ହୋଇଛି: ଏସବିଆଇ ରିପୋର୍ଟ

ନୂଆଦିଲ୍ଲୀ : କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ଏବଂ ନୂଆ ପେନସନ ପ୍ରଣାଳୀ (ଏନପିଏସ୍) ତଥ୍ୟରୁ ଜଣାପଡ଼ିଛି ଯେ ଗତ ୪ ବର୍ଷ ମଧ୍ୟରେ ୪୭ ପ୍ରତିଶତ ନୂଆ ଚାକିରି ସମେତ ୫.୨ କୋଟି ଆନୁଷ୍ଠାନିକ ଚାକିରି (ପେରୋଲ୍‌) ଯୋଡ଼ି ହୋଇଛି ।

"ଭାରତରେ ପେରୋଲ ରିପୋର୍ଟିଂ ଦିଗରେ" ଶୀର୍ଷକ ଅଧ୍ୟୟନରେ ଘୋଷ ଏଣ୍ଡ ଘୋଷ ଦ୍ୱାରା କରାଯାଇଥିବା ସୁପାରିସ ଆଧାରରେ ୨୦୧୮ ଏପ୍ରିଲ ଠାରୁ ସରକାର ମାସିକ ପେରୋଲ ଡାଟା (ଇପିଏଫଓ, ଏନପିଏସ ଏବଂ ଇଏସଆଇସି) ଜାରି କରୁଛନ୍ତି ।

ନିକଟରେ ପ୍ରକାଶ ପାଇଥିବା ଏସବିଆଇର ଗବେଷଣା ରିପୋର୍ଟ 'ଇକୋରାପ୍'ରେ କୁହାଯାଇଛି ଯେ, ଯଦି ଆମେ ଗତ ୪ ବର୍ଷର ଇପିଏଫଓ ପେରୋଲ ତଥ୍ୟ ଧାରାକୁ ବିଶ୍ଳେଷଣ କରିବା, ତା'ହେଲେ ୨୦୨୦ ଆର୍ଥିକ ବର୍ଷ ଠାରୁ ୨୦୨୩ ଆର୍ଥିକ ବର୍ଷ ମଧ୍ୟରେ ନିଟ୍ ନୂତନ ଇପିଏଫ୍ ଗ୍ରାହକଙ୍କ ସଂଖ୍ୟା ୪.୮୬ କୋଟି ରହିଛି ।

epfo

ତେବେ ଏହି ସଂଖ୍ୟାରେ ନୂଆ ପେରୋଲ (ପ୍ରଥମ ପେରୋଲ), ଦ୍ୱିତୀୟ ପେରୋଲ (ପୁନଃଯୋଗଦାନ କରିଥିବା/ପୁନଃଗ୍ରାହକ ହୋଇଥିବା ସଦସ୍ୟ) ଏବଂ ଆନୁଷ୍ଠାନିକ ଔପଚାରିକ ପେରୋଲ ରହିଛି।
ଏସବିଆଇର ଗ୍ରୁପ୍ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ସୌମ୍ୟ କାନ୍ତି ଘୋଷଙ୍କ ଦ୍ୱାରା ପ୍ରସ୍ତୁତ ଏହି ରିପୋର୍ଟରେ କୁହାଯାଇଛି ଯେ, "ପରବର୍ତ୍ତୀ ସମୟରେ ଆମେ ନିଟ୍ ନୂତନ ପେରୋଲ (ପ୍ରଥମ ଚାକିରି / ନୂତନ ଚାକିରି) ପୁନଃଯୋଗଦାନ କରିଥିବା/ପୁନଃଗ୍ରାହକ ହୋଇଥିବା ସଦସ୍ୟଙ୍କ ପାଇଁ ଆଡଜଷ୍ଟ ହୋଇଥିବା ଏବଂ ଔପଚାରିକତା (ଇସିଆର ଡାଟା ଆଧାରରେ) ଆକଳନ କରିଥିଲୁ। ଆମ ହିସାବ ଅନୁଯାୟୀ, ୨୦୨୦ ଆର୍ଥିକ ବର୍ଷ ଠାରୁ ୨୦୨୩ ଆର୍ଥିକ ବର୍ଷ ମଧ୍ୟରେ ପ୍ରକୃତ ସର୍ବମୋଟ୍‌ ନୂଆ ପେରୋଲ ସଂଖ୍ୟା ୨.୨୭ କୋଟି ଥିଲା। ମୋଟ ନୂଆ ବେତନରେ ପ୍ରଥମ ଆନୁଷ୍ଠାନିକ ଚାକିରିର ଭାଗ ହେଉଛି ୪୭ ପ୍ରତିଶତ।''

ଏହି ରିପୋର୍ଟ ଅନୁଯାୟୀ, ଆର୍ଥିକ ବର୍ଷ ୨୦୨୩ରେ ଶେଷ ହୋଇଥିବା ୪ ବର୍ଷର ଅବଧି ମଧ୍ୟରେ ଦ୍ୱିତୀୟ ଚାକିରି (ବା ପୁନଃ ଗ୍ରାହକ ହୋଇଥିବା ସଦସ୍ୟଙ୍କ ସଂଖ୍ୟା) ୨.୧୭ କୋଟି ରହିଥିଲା। ଏହି ବର୍ଷଗୁଡ଼ିକରେ ୪୨ ଲକ୍ଷ ଆନୁଷ୍ଠାନିକ ନିଯୁକ୍ତି ବୃଦ୍ଧି ପାଇବା ମଧ୍ୟ ଏକ ଭଲ ଖବର ବୋଲି ରିପୋର୍ଟରେ କୁହାଯାଇଛି ।

୨୦୨୩-୨୪ର ପ୍ରଥମ ତ୍ରୈମାସର ଇପିଏଫଓ ପେରୋଲ ତଥ୍ୟରୁ ଏହି ଧାରା ବେଶ୍ ଉତ୍ସାହଜନକ ଥିବା ଏଥିରେ କୁହାଯାଇଛି । ମୋଟ୍‌ ୪୪ ଲକ୍ଷ ନୂଆ ଇପିଏଫ୍ ଗ୍ରାହକ ଯୋଗ ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରଥମ ଚାକିରି କରିଥିବା ଲୋକଙ୍କ ସଂଖ୍ୟା ୧୯.୨ ଲକ୍ଷ ଥିଲା। ଯଦି ସମ୍ପୂର୍ଣ୍ଣ ଆର୍ଥିକ ବର୍ଷରେ ଏହି ଧାରା ଜାରି ରହେ ତେବେ ୨୦୨୪ ଆର୍ଥିକ ବର୍ଷରେ ସର୍ବମୋଟ୍‌ ନୂଆ ପେରୋଲ ୧୬୦ ଲକ୍ଷ (ସର୍ବକାଳୀନ ସର୍ବୋଚ୍ଚ ସ୍ତର) ଅତିକ୍ରମ କରିବ ଏବଂ ଏଥିରେ ପ୍ରଥମ ଥର ପେରୋଲ୍‌ରେ ଯୋଡ଼ି ହୋଇଥିବା ଲୋକଙ୍କ ସଂଖ୍ୟା ୭୦-୮୦ ଲକ୍ଷ ମଧ୍ୟରେ ରହିବ ବୋଲି ରିପୋର୍ଟରେ କୁହାଯାଇଛି ।

ଗବେଷଣା ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ୨୦୨୨-୨୩ରେ ୮.୨୪ ଲକ୍ଷ ନୂତନ ଗ୍ରାହକ ଏନପିଏସରେ ଯୋଡ଼ି ହୋଇଥିବା ଏନପିଏସ ତଥ୍ୟରୁ ଜଣାପଡ଼ିଛି । ଏଥିମଧ୍ୟରେ ରାଜ୍ୟ ସରକାରଙ୍କ ବେତନଭୋଗୀ ୪.୬୪ ଲକ୍ଷ, ବେସରକାରୀ ବେତନଭୋଗୀ ୨.୩୦ ଲକ୍ଷ ଏବଂ କେନ୍ଦ୍ର ସରକାରଙ୍କ ୧.୨୯ ଲକ୍ଷ ବେତନଭୋଗୀ ରହିଛନ୍ତି। ଗତ ୪ ବର୍ଷ ମଧ୍ୟରେ ପ୍ରାୟ ୩୧ ଲକ୍ଷ ନୂଆ ଗ୍ରାହକ ଏନପିଏସରେ ସାମିଲ ହୋଇଛନ୍ତି। ତେଣୁ ୨୦୨୦ ଆର୍ଥିକ ବର୍ଷ ଠାରୁ ୨୦୨୩ ଆର୍ଥିକ ବର୍ଷ ମଧ୍ୟରେ ଇପିଏଫଓ ଏବଂ ଏନପିଏସର ମୋଟ ପେରୋଲ ସଂଖ୍ୟା ୫.୨ କୋଟିରୁ ଅଧିକ ରହିଥିବା ରିପୋର୍ଟରେ ଦର୍ଶାଯାଇଛି ।

ବ୍ୟାଙ୍କ ପ୍ରତିନିଧିମାନଙ୍କ ମଧ୍ୟରେ କାର୍ଯ୍ୟବଳର ୩୦ ପ୍ରତିଶତ ମହିଳାଙ୍କୁ ବାଧ୍ୟତାମୂଳକ ଭାବେ ନିଯୁକ୍ତି ଦେବା ଉପରେ ଇକୋରାପ୍‌ ରିପୋର୍ଟ ଜୋର୍‌ ଦେଇଛି । ବିଶେଷ କରି ମହିଳାଙ୍କ ଦ୍ୱାରା ବ୍ୟାଙ୍କ ସେବା ଉପଲବ୍ଧତା ଏବଂ ଉପଯୋଗ କମ୍‌ ରହିଥିବା ସ୍ଥାନରେ ଏହି ନିୟମ ଲାଗୁ କରାଯିବା ଆବଶ୍ୟକ ବୋଲି ଏଥିରେ କୁହାଯାଇଛି । ଏହା ଦ୍ୱାରା ଲିଙ୍ଗଗତ ବ୍ୟବଧାନ ସ୍ପଷ୍ଟ ଭାବେ ଦୂର ହେବ ବୋଲି କୁହାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+