ଗ୍ରାମାଞ୍ଚଳର ପ୍ରତି ଝିଅକୁ ମିଳିବ ୫ ହଜାର; ସେଥିପାଇଁ କଣ କରିବାକୁ ପଡ଼ିବ ?
ଗ୍ରାମାଞ୍ଚଳର ପ୍ରତି ଝିଅକୁ ମିଳିବ ୫ ହଜାର । ଝିଅମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା କାର୍ଯ୍ୟକାରୀ କରିଛନ୍ତି ସରକାର । ଏହି ଯୋଜନାର ଲାଭ ଗାଁର ପ୍ରତ୍ୟେକ ଝିଅଙ୍କୁ ମିଳିବାକୁ ଯାଉଛି । ଏହି ଯୋଜନାରେ ପ୍ରତି ବର୍ଷ ସରକାର ଝିଅଙ୍କୁ ସେମାନଙ୍କ ନାମରେ ଆକାଉଣ୍ଟ୍ ଖୋଲାଇ ୫୦୦୦ ଟଙ୍କା ପ୍ରଦାନ କରୁଛନ୍ତି । ଯଦି ଆପଣ ବି ଏହି ଯୋଜନାର ଲାଭ ଉଠାଇବାକୁ ଚାହୁଁଛନ୍ତି, ତେବେ ଧ୍ୟାନର ସହିତ ପଢ଼ନ୍ତୁ ।
କେନ୍ଦ୍ର ସରକାରଙ୍କ ଦ୍ୱାରା ଯୁବତୀ, ଝିଅ ଓ ମହିଳାଙ୍କ ପାଇଁ ନାନା ଯୋଜନା କାର୍ଯ୍ୟକାରୀ କରାଯାଉଛି । ସେମାନଙ୍କୁ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ମଜଭୁତ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ ରହି ଆସିଛି । ଏଭଳି ଏକ ଯୋଜନା ହେଉଛି ଗାଁ ଝିଅ ଯୋଜନା ।
ଏହି ଯୋଜନାରେ ପ୍ରତି ବର୍ଷ ଗାଁର ଝିଅଙ୍କୁ ୫୦୦୦ ଟଙ୍କା ପ୍ରଦାନ କରାଯାଉଛି । ଏହି ଯୋଜନାର ଲାଭ ଉଠାଇବାକୁ କଣ କଣ ଡକ୍ୟୁମେଣ୍ଟ୍ ଆବଶ୍ୟକ ଓ ଯୋଗ୍ୟତା କଣ ରହିଛି ତାହା ଜାଣିବା ଜରୁରୀ ।

ଏହି ଯୋଜନାରେ ବିଶେଷ କରି ଛାତ୍ରୀମାନଙ୍କୁ ଗୁରୁତ୍ୱ ଦିଆଯାଉଛି । ଏହି ଯୋଜନାରେ ପୂର୍ବରୁ ଅନେକ ଛାତ୍ରୀ ଲାଭ ଉଠାଇ ସାରିଛନ୍ତି । ଯେଉଁମାନେ ଦ୍ୱାଦଶ ଶ୍ରେଣୀରେ ୬୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି ସେମାନେ ଏହି ଯୋଜନାର ଲାଭ ଉଠାଇ ପାରିବେ ।
୧୦ ମାସ ଯାଏଁ ସେମାନଙ୍କ ଆକାଉଣ୍ଟ୍କୁ ୫୦୦ ଟଙ୍କା ଲେଖାଏଁ ପଠାଯିବ । ଏଭଳି ଭାବରେ ସେମାନେ ପ୍ରତି ବର୍ଷ ୫୦୦୦ ଟଙ୍କା ପାଇ ପାରିବେ ।
ଗ୍ରାମାଞ୍ଚଳରେ ଝିଅଙ୍କୁ ଆତ୍ମନିର୍ଭର କରିବା ଏହି ଯୋଜନାର ମୂଳ ଉଦ୍ଦେଶ୍ୟ । ଝିଅଙ୍କ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବାରୁ ଏହି ଯୋଜନା ଏକ ଅଭିଯାନ ସାବ୍ୟସ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ଏଯାଏଁ ଲକ୍ଷ ଲକ୍ଷ ଛାତ୍ରୀ ଏହି ଯୋଜନାର ଲାଭ ଉଠାଇ ସାରିଛନ୍ତି ।
ଏହି ୫୦୦୦ ଦ୍ବାରା ସହରାଞ୍ଚଳ ହେଉ କି ଗ୍ରାମାଞ୍ଚଳ ପ୍ରତ୍ୟେକ ପ୍ରାନ୍ତର ଝିଅଙ୍କୁ ଶିକ୍ଷିତ କରାଇବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । କାରଣ ଅନେକ ସମୟରେ ଦେଖା ଯାଉଛି ଦ୍ବାଦଶ ଶ୍ରେଣୀ ପାସ୍ କରିବା ପରେ ପାଠପଢ଼ାରେ ଡୋରି ବାନ୍ଧି ଦେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ସରକାର ଏହି ଯୋଜନା କାର୍ଯ୍ୟକାରୀ କରିଛନ୍ତି ।
ଏହି ଯୋଜନାର ଲାଭ ଉଠାଇବାକୁ ହେଲେ ଛାତ୍ରୀ ଜଣକ ୬୦ ପ୍ରତିଶତ ମାର୍କ ଆଣିଥିବା ଜରୁରୀ । ଆର୍ଥିକ ରୂପେ ଅନଗ୍ରସର ସ୍ଥିତିରେ ପରିବାର ଝିଅଙ୍କୁ ଏହି ଯୋଜନାର ଲାଭ ମିଳି ପାରିବ । ତେବେ ସବୁ ବର୍ଗର ଛାତ୍ରୀଙ୍କ ପାଇଁ ଏହି ଯୋଜନା ଉଦ୍ଦିଷ୍ଟ । ଏହି ଯୋଜନାରେ ସାମିଲ ହେବାକୁ ଆଧାର କାର୍ଡ, ଜାତି ପ୍ରମାଣ ପତ୍ର, ଦଶମ ଶ୍ରେଣୀ ମାର୍କସିଟ୍, ଠିକଣା ପ୍ରମାଣପତ୍ର କଲେଜ ଆଇକାର୍ଡ, ଇ-ମେଲ୍ ଆଡି ସହ ମୋବାଇଲ୍ ନମ୍ବର ଆବଶ୍ୟକତା ରହିଛି । ତା ସହିତି ପାନ୍ କାର୍ଡ ଓ ବ୍ୟାଙ୍କ୍ ପାସ୍ବୁକ୍ ମଧ୍ୟ ବାଧ୍ୟତାମୂଳକ କରାଯାଇଛି ।












Click it and Unblock the Notifications