ଜାଣନ୍ତୁ ୩ଟା ସୁଦ୍ଧା କେଉଁଠି ହୋଇଛି କେତେ ପ୍ରତିଶତ ଭୋଟ୍
ଲୋକସଭା ନିର୍ବାଚନରେ, ୧୦ ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୯୬ ଟି ଆସନରେ ଚତୁର୍ଥ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ଚାଲିଛି । ଏହି ପର୍ଯ୍ୟାୟରେ ମୋଟ ୧୭୧୭ ଜଣ ପ୍ରାର୍ଥୀ ରହିଛନ୍ତି। ଆନ୍ଧ୍ରପ୍ରଦେଶରେ ସମସ୍ତ ୨୫ଟି ଆସନ ଏବଂ ତେଲେଙ୍ଗାନାର ୧୭ଟି ଆସନରେ ମତଦାନ ହେଉଛି । ସେହିପରି ଉତ୍ତରପ୍ରଦେଶର ୧୩ଟି, ମହାରାଷ୍ଟ୍ରର ୧୧ଟି, ପଶ୍ଚିମବଙ୍ଗର ୮ଟି, ମଧ୍ୟପ୍ରଦେଶର ୮ଟି, ବିହାରର ୫ଟି ଏବଂ ଝାଡଖଣ୍ଡ ଏବଂ ଓଡିଶାର ୪ଟି ଲେଖାଏଁ ଆସନ ଏବଂ ଜମ୍ମୁ କଶ୍ମୀରରର ଗୋଟିଏ ଆସନରେ ମତଦାନ ହେଉଛି । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୫ଟାରେ ଶେଷ ହେବ । ନିଜ ପସନ୍ଦର ନେତା ବାଛୁଛନ୍ତି ଭୋଟର ।

ଆଉ ଦିନ ୩ଟା ସୁଦ୍ଧା ୫୨.୬୦% ଭୋଟ୍ ରେକର୍ଡ କରାଯାଇଛି । ଆନ୍ଧ୍ରପ୍ରଦେଶ- ୫୫.୪୯%, ବିହାର- ୪୫.୨୩%, ଜାମ୍ମୁ କାଶ୍ମୀର- ୨୯.୯୩%, ଷ ।ଡଖଣ୍ଡ- ୫୬.୪୨%, ମଧ୍ୟପ୍ରଦେଶ- ୫୯.୬୩%, ମହାରାଷ୍ଟ୍ର- ୪୨.୩୫%, ଓଡିଶା- ୫୨.୯୧%, ତେଲେଙ୍ଗାନା- ୫୩.୩୪%, ଉତ୍ତରପ୍ରଦେଶ- ୪୮.୪୧%, ପଶ୍ଚିମବଙ୍ଗ- ୬୬.୦୫%, ଆନ୍ଧ୍ରପ୍ରଦେଶ (ବିଧାନସଭା ନିର୍ବାଚନ) - ୫୫.୪୯%, ଓଡିଶା (ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ) - ୫୨.୯୧% ଭୋଟ ଗ୍ରହଣ ହୋଇଛି ।












Click it and Unblock the Notifications