ଜାଣନ୍ତୁ କିପରି ପାଇବେ ସୂର୍ଯ୍ୟ କିରଣରୁ ଔଷଧୀୟ ଗୁଣ
ସୂର୍ଯ୍ୟଙ୍କ ରଶ୍ମୀରେ ରହିଛି ବହୁ ଔଷଧୀୟ ଗୁଣ। ଏହି ରଶ୍ମୀ ଆପଣଙ୍କୁ ଅନେକ ରୋଗରୁ ମୁକ୍ତି ଦେଇଥାଏ। ଏକ କାଚ ବୋତଲରେ ସଫା ପାଣି ସାତ ଦିନ ଯାଏଁ ସୂର୍ଯ୍ୟ କିରଣରେ ରଖି ପିଇବା ଦ୍ୱାରା ବହୁ ଦୂରରୋଗ୍ୟରୁ ଆମକୁ ମୁକ୍ତି ମିଳିଥାଏ। ଆସନ୍ତୁ ଜାଣିବା ସୂର୍ଯ୍ୟ କିରଣରେ ରଖିଥିବା ପାଣି ପିଇବା ଦ୍ୱାରା ଆମକୁ କେଉଁ ସବୁ ରୋଗରୁ ରକ୍ଷା ମିଳିଥାଏ।
୧-ସାତ ଦିନ ଯାଏଁ ସୂର୍ଯ୍ୟ କିରଣରେ ପାଣି ରଖିବା ପରେ ଏହି ପାଣିକୁ ଲାଲ କାଚ ବୋତଲରେ ରଖି ପିଇବା ଦ୍ୱାରା ଜର, ଥଣ୍ଡା, ମୁଣ୍ଡ ବ୍ୟଥା ଓ ପେଟ ଯନ୍ତ୍ରଣାରୁ ରକ୍ଷା ମିଳିଥାଏ।
୨-ସେହିପରି ସୂର୍ଯ୍ୟ କିରଣରେ ରଖିଥିବା ପାଣି ସବୁଜ ଓ ବାଇଗଣୀ ରଙ୍ଗର କାଚ ବୋତଲରେ ଭର୍ତ୍ତି କରି ପିଇବା ଦ୍ୱାରା ଲିଭର ଓ ଶ୍ୱାସ ରୋଗରୁ ଉପଶମ ମିଳିଥାଏ।

୩- ହଳଦିଆ ରଙ୍ଗର କାଚ ବୋତଲରେ ପାଣି ରଖି ପିଇବା ଦ୍ୱାରା କ୍ଷତ ସ୍ଥାନ ବା ଘା' ଖୁବଶୀଘ୍ର ଭଲ ହୋଇ ଯାଇଥାଏ। ସେହିପରି ନରଙ୍ଗୀ ରଙ୍ଗ ବୋତଲରେ ରଖିଥିବା ପାଣିକୁ ପିଇବା ଦ୍ୱାରା ଅନିଦ୍ରା ସମସ୍ୟା ଦୂର ହୋଇଥାଏ।
୪-ନୀଳ ରଙ୍ଗର କାଚ ବୋତଲରେ ରଖାଯାଇଥିବା ପାଣି ପିଇବା ଦ୍ୱାରା ମଧୁମେହ ରୋଗରେ ପୀଡିତ ରୋଗୀଙ୍କ ପାଇଁ ଲାଭଦାୟକ।












Click it and Unblock the Notifications