ଡିମ୍ପଲ୍ ଯାଦବ ଏବଂ ଶଶି ଥରୁରଙ୍କ ସମେତ ୪୯ ଲୋକସଭା ସାଂସଦ ହେଲେ ନିଲମ୍ବିତ, ଗୃହ ୨ ଟା ପର୍ଯ୍ୟନ୍ତ ରହିଲା ସ୍ଥଗିତ
ସଂସଦରେ ଚାଲିଥିବା ଶୀତ ଅଧିବେଶନର ଆଜି ହେଉଛି ୧୪ ତମ ଦିନ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସଂସଦ ଭବନରେ ଭାରତୀୟ ଜନତା ପାର୍ଟିର ଏକ ସଂସଦୀୟ ସଭା ଅନୁଷ୍ଠିତ ହୋଇଥିଲା । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଗୃହରେ ବିରୋଧୀଙ୍କ ମନୋଭାବ ଉପରେ ପ୍ରଶ୍ନ ଉଠାଇ ଦଳର ସାଂସଦ ଓ ମନ୍ତ୍ରୀମାନଙ୍କୁ ବିରୋଧୀ ଦଳର ମନୋଭାବ ବିଷୟରେ ସାଧାରଣ ଜନତାଙ୍କୁ ଅବଗତ କରାଇବାକୁ କହିଥିଲେ ।
ଲୋକସଭା ଓ ରାଜ୍ୟସଭାରୁ ମୋଟ ୯୨ ସାଂସଦଙ୍କ ନିଲମ୍ବନକୁ ନେଇ ବିରୋଧୀଙ୍କ ଆନ୍ଦୋଳନ ଜାରି ରହିଛି । ବିରୋଧୀମାନେ ଶୀତ ଅଧିବେଶନର ଅବଶିଷ୍ଟ ଦିନକୁ ବହିଷ୍କାର କରିପାରନ୍ତି ବୋଲି ଏକ ସମ୍ଭାବନା ରହିଛି । ଏପଟେ ଆଜି ମଧ୍ୟ ସୁପ୍ରିୟା ସୁଲେ, ଫାରୁକ୍ ଅବଦୁଲ୍ଲା, ଶଶି ଥରୁର, କାରତି ଚିଦାମ୍ବରମ୍, ଡିମ୍ପଲ୍ ଯାଦବ, ଏସ୍ ଟି ହାସନ, ଦାନିଶ ଅଲି ଏବଂ ମନୀଷ ତିୱାରୀଙ୍କ ସମେତ ମୋଟ ୪୯ ସାଂସଦଙ୍କୁ ଆଜି ଲୋକସଭାରୁ ନିଲମ୍ବିତ କରାଯାଇଛି ।
ଅନ୍ୟପଟେ ଆଜି(ମଙ୍ଗଳବାର) ଦିଲ୍ଲୀରେ ବିରୋଧୀ ଇଣ୍ଡିଆ ଆଲାଇନ୍ସର ଏକ ବୈଠକ ମଧ୍ୟ ହେବାକୁ ଯାଉଛି ଯେଉଁଥିରେ କଂଗ୍ରେସ ସମେତ ୨୭ ଟି ଦଳର ନେତା ଏହି ବୈଠକରେ ଅଂଶଗ୍ରହଣ କରିବେ । ଏହି ବୈଠକରେ ଲୋକସଭା ନିର୍ବାଚନ ପାଇଁ ଆସନ ବାଣ୍ଟିବାର ଏଜେଣ୍ଡା ଉପରେ ଆଲୋଚନା କରାଯିବ । ଗତ ସୋମବାର ଦିନ ଗୋଟିଏ ଦିନରେ ୭୮ ଜଣ ବିରୋଧୀ ସାଂସଦ (ଲୋକସଭାରୁ ୩୩ ଏବଂ ରାଜ୍ୟସଭାରୁ ୪୫) ନିଲମ୍ବନ ହେବା ପରେ ଇଣ୍ଡିଆ ବ୍ଲକ ଦଳ ମଙ୍ଗଳବାର ଠାରୁ ସଂସଦର ଅବଶିଷ୍ଟ ଶୀତ ଅଧିବେଶନକୁ ସମ୍ପୂର୍ଣ୍ଣ ଭାବେ କରିବାର ସମ୍ଭାବନା ରହିଛି ।

ଆଉ ଏହାକୁ ନେଇ ମଧ୍ୟ ଆଜି ରାଜ୍ୟସଭାରେ ବିରୋଧୀଦଳର ନେତା ମଲିକାର୍ଜ୍ଜୁନ ଖଡଗେଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଆଜି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ସଂସଦର ସୁରକ୍ଷା ଉଲ୍ଲଂଘନ ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସ୍ଲୋଗାନ ଦେବା ପରେ ସାଂସଦମାନଙ୍କୁ 'ଅସାମ୍ବିଧାନିକ ଆଚରଣ' ଏବଂ କାର୍ଯ୍ୟରେ ବାଧା ସୃଷ୍ଟି ପାଇଁ ସାଂସଦ ମାନଙ୍କୁ ନିଲମ୍ବିତ କରାଯାଇଥିଲା ।












Click it and Unblock the Notifications