ଦିନ ୩ଟା ସୁଦ୍ଧା ଦେଶରେ ୪୯.୨୦% ମତଦାନ
ନୂଆଦିଲ୍ଲୀ: ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ ଜାରି ରହିଛି । ଦେଶରେ ସକାଳ ୭ଟାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆରମ୍ଭ ହୋଇଛି ଭୋଟିଂ । ୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ ଚାଲିଛି । ମୋଟ୍ ୫୮ଟି ଲୋକସଭା ଆସନ ଲାଗି ଭୋଟର ମତାଧିକାର ସାବ୍ୟସ୍ତ କରୁଛନ୍ତି ଭୋଟ ।ର୍ ଭୋଟିଂ ପ୍ରକ୍ରିୟା ସନ୍ଧ୍ୟା ୬ଟା ଯାଏ ଚାଲିବ ।
ଏହି ପର୍ଯ୍ୟାୟରେ ବିହାରର ୮ ଲୋକସଭା ଆସନ ସମେତ ହରିୟାଣାର ସମସ୍ତ ୧୦ଟି ଆସନ, ଜମ୍ମୁ ଓ କଶ୍ମୀରର ଗୋଟିଏ, ଝାଡ଼ଖଣ୍ଡର ୪, ଦିଲ୍ଲୀର ସମସ୍ତ ୭, ଓଡ଼ିଶାର ୬, ଉତ୍ତର ପ୍ରଦେଶର ୧୪ ଏବଂ ପଶ୍ଚିମବଙ୍ଗର ୮ଟି ଆସନ ଲାଗି ମତଦାନ ଜାରି ରହିଛି । ଦିନ ୩ଟା ସୁଦ୍ଧା ଦେଶରେ ହୋଇଛି ୪୯.୨୦% ଭୋଟ୍ । ଲୋକସଭା ନିର୍ବାଚନ ୨୦୨୪ ର ଷଷ୍ଠ ପର୍ଯ୍ୟାୟରେ ୬ ଟି ରାଜ୍ୟ ଏବଂ ୨ ଟି ୟୁନିଅନର ୫୮ ଟି ସିଟ୍ ପାଇଁ ଭୋଟ୍ ଚାଲିଛି ।

ଅପରାହ୍ନ ୩ ଟା ସୁଦ୍ଧା ଦେଶରେ ୪୯.୨୦% ମତଦାନ ଗ୍ରହଣ ହୋଇଛି । ବିହାରରେ ୪୫.୨୧%, ହରିୟାଣାରେ ୪୬.୨୬%, ଜାମ୍ମୁ କାଶ୍ମୀରରେ ୪୪.୪୧%, ଝାଡଖଣ୍ଡରେ ୫୪.୩୪%, ଦିଲ୍ଲୀରେ ୪୪.୫୮%, ଓଡିଶାରେ ୪୮.୪୪%, ଉତ୍ତରପ୍ରଦେଶରେ ୪୩.୯୫% ଏବଂ ପଶ୍ଚିମବଙ୍ଗରେ ୭୦.୧୯% ମତଦାନ ଗ୍ରହଣ ହୋଇଛି ।












Click it and Unblock the Notifications