ଅପରାହ୍ନ ୧ ଟାଏ ପର୍ଯ୍ୟନ୍ତ ଝାଡଖଣ୍ଡରେ ୪୮.୯୨% ଏବଂ ମହାରାଷ୍ଟ୍ରରେ ୩୨.୧୫% ମତଦାନ
ଝାଡଖଣ୍ଡ ନିର୍ବାଚନ 2024 ର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ମତଦାନ ଜାରି ରହିଛି । ଭୋଟିଂକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବା ପାଇଁ ମିଳିଛି ।

ତେବେ ଝାଡଖଣ୍ଡ ନିର୍ବାଚନ 2024 ର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ଅପରାହ୍ନ 1 ଟାଏ ପର୍ଯ୍ୟନ୍ତ 47.92% ଭୋଟ୍ ରେକର୍ଡ କରାଯାଇଥିବା ବେଳେ ମହାରାଷ୍ଟ୍ର ନିର୍ବାଚନରେ ଅପରାହ୍ନ 1 ଟା ପର୍ଯ୍ୟନ୍ତ 32.18% ଭୋଟ୍ ରେକର୍ଡ କରାଯାଇଥିଲା।
47.92% voter turnout recorded till 1 pm in the second and final phase of #JharkhandElection2024
32.18% recorded till 1 pm in #MaharashtraElection2024 pic.twitter.com/fhEqcv4w1v
— ANI (@ANI) November 20, 2024
ସୂଚନା ଯୋଗ୍ୟ ଯେ ଆଜି ଝାଡ଼ଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି । ୧୨ଟି ଜିଲ୍ଲାର ମୋଟ ୩୮ଟି ନିର୍ବାଚନ ମଣ୍ଡଳୀରେ ମତଦାନ ଅନୁଷ୍ଠିତ ହେଉଛି । ସକାଳ ୭ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଏହି ମତଦାନ ଜାରି ରହିବ । ସେହିପରି ମହାରାଷ୍ଟ୍ରର ସମସ୍ତ ୨୮୮ଟି ବିଧାନସଭା ଆସନରେ ମତଦାନ ଜାରି ରହିଛି । ସମସ୍ତ ୨୮୮ ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ। ମହାରାଷ୍ଟ୍ରରେ ମହା ୟୁତି ଓ ମହା ହିକାଶ ଆଘାଡି ମଧ୍ୟରେ ମୁକାବିଲା ହେଉଛି ।












Click it and Unblock the Notifications