ରାଜସ୍ଥାନରେ ଅସହ୍ୟ ତାତି, ୪୮ ଡିଗ୍ରି ପାର ହେଲା ତାପମାତ୍ରା
ଦେଶର ବିଭିନ୍ନ ରାଜ୍ୟରେ ଏବେ ଜୋରଦାରା ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଭୟଙ୍କରେ ତାତିରେ ଆଉଟୁପାଉଟୁ ହେଉଛନ୍ତି ଲୋକେ । ବତ୍ତମାନ ତାତି ଏବେ ରେକର୍ଡ଼ ସୃଷ୍ଟ କରିଛି । ରାଜସ୍ଥାନରେ ହୋଇଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଗୁରୁବାର ରାଜସ୍ଥାନର ବାଡମେର ସହରରେ ଚଳିତ ବର୍ଷର ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି ।
ବାଡମେରରେ ଦିନର ସର୍ବାଧିକ ତାପମାତ୍ରା ୪୮ ଦଶମିକ ୮ ଡିଗ୍ରୀ ରେକର୍ଡ କରାଯାଇଛି । ଲୁ ପ୍ରଭାବରେ ରାଜସ୍ଥାନରେ ୬ ଜଣଙ୍କ ମତ୍ୟୁ ହୋଇଥିବା ମଧ୍ୟ ସୂଚନା ମିଳିଛି । ଦିନର ଅସହ୍ୟ ତାପମାତ୍ରାକୁ ଆଖିରେ ରଖି ରାଜସ୍ଥାନର ୨୨ ଜିଲ୍ଲାକୁ ରେଡ ଅଲର୍ଟ ଜାରି କରିଛି ପାଣିପାଗ ବିଭାଗ । ୨୨ ଜିଲ୍ଲାର ସମସ୍ତ ସ୍କୁଲ କଲେଜକୁ ବନ୍ଦ ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।

ସରକାରଙ୍କ ନିର୍ଦ୍ଦେଶକୁ ଅଣଦେଖା କରି କୌଣସି ଘରୋଇ ସ୍କୁଲ ଖୋଲିଲେ ତାଙ୍କ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି । ରାଜସ୍ଥାନରେ ଗତ ୭ ଦିନ ହେବ ଗୀଷ୍ମ ପ୍ରଭାହ ଜାରି ରହିଛି । ତାପମାତ୍ରା ୪୪ରୁ ୪୮ ଡିଗ୍ରି ମଧ୍ୟରେ ରହିଆସୁଛି । ଆଗାମୀ ଦିନରେ ତାପମାତ୍ରା ଆହୁରି ୨-୩ ଦିନ ବଢ଼ିପାରେ ପାଣିପାଗ ବିଭାଗ ଆକଳନ କରିଛି ।












Click it and Unblock the Notifications