ଚେସ୍ ଅଲମ୍ପିଆଡ: ମରକ୍କୋକୁ ୪-୦ ରେ ପରାସ୍ତ କଲା ଭାରତ

ହଙ୍ଗେରୀର ବୁଦାପେଷ୍ଟରେ ଚାଲିଥିବା ୪୫ତମ ଫି'ଡେ ଚେସ୍ ଅଲିମ୍ପିଆଡ ପ୍ରତିଯୋଗିତାର ପ୍ରଥମ ଦିନରେ ଭାରତ ପ୍ରଭାବ ବିସ୍ତାର କରିଛି । ପ୍ରଥମ ପର୍ଯ୍ୟାୟରେ ଭାରତ ମରକ୍କୋକୁ ୪-୦ ରେ ପରାସ୍ତ କରିଛି । ମହିଳା ବର୍ଗରେ ଭାରତ ଜାମାଇକାକୁ ୩ ଦଶମିକ ୫ ଓ ୦ ଦଶମିକ ୫ରେ ପରାସ୍ତ କରିଛି ।

ଆର ପ୍ରଜ୍ଞାନାନନ୍ଦ ମରକ୍ଲୋର ଡିସିର ମହମ୍ମଦଙ୍କୁ ପରାସ୍ତ କରି ଗୋଟିଏ ପର୍ଯ୍ୟାୟକୁ ଉନ୍ନିତ ହୋଇଛି । ସେହିପରି ବିଦିତ ଗୁଜୁରାତି ଓଆଖିର୍ ମେହଦୀ ପିୟରେ ଏବଂ ପେଣ୍ଟାଲା ହରିକୃଷ୍ଣା ମୋୟାଦ ଅନସଙ୍କୁ ପରାସ୍ତ କରି ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି । ବିଶ୍ୱର ୪ ନମ୍ବର ଖେଳାଳି ଅର୍ଜୁନ ଏରିଗେସି' ଏବ୍ରିଲିଆ ଜେକ୍ଟଙ୍କୁ ପରାସ୍ତ କରି ଭାରତକୁ ୪-୦ରେ ଜିତାଇଛନ୍ତି ।

45th Chess Olympiad

ମହିଳା ବର୍ଗରେ ଜାମାଇକାର ଖେଳାଳି ଅଦାନି କୂର୍କଙ୍କୁ ଭାରତୀୟ ଖେଳାଳି ବୈଶାଳୀ ପରାସ୍ତ କରି ଶୀର୍ଷସ୍ଥାନ ହାସଲ କରିଥିବାବେଳେ ତାନିଆ ସଚଦେବ' ଗେଟ୍ରିଯାଲା ୱାଟସନଙ୍କୁ ଏବଂ ଦିବ୍ୟା ଦେଶମୁଖ ରାଚେଲ ମିଲୋରଙ୍କୁ ପରାସ୍ତ କରିଛନ୍ତି । ହଙ୍ଗେରୀର ବୁଦାପେଷ୍ଟରେ ଚାଲିଥିବା ଏହି ୧୨ଦିନିଆ ପ୍ରତିଯୋଗିତାରେ ୧ହଜାର ୮୦୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଛନ୍ତି । ଯେଉଁଥିରେ ୧୯୩ଟି ଦଳ ଓପନ ପର୍ଯ୍ୟାୟରେ ଏବଂ ୧୮୧ଟି ଦଳ ମହିଳା ବର୍ଗରେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଏହି ପ୍ରତିଯୋଗିତାର ପୂର୍ବ ସଂସ୍କରଣରେ ଭାରତ ସମୟ ବର୍ଗରେ ବ୍ର୍ରୋଞ୍ଜ ପଦକ ଜିତିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+