ପଞ୍ଜାବ ବନ୍ୟାରେ ୪୩ ମୃତ, ୩ ଲକ୍ଷରୁ ଉର୍ଦ୍ଧ୍ୱ ଲୋକେ ପ୍ରଭାବିତ
ବନ୍ୟା ସହ ଲଢ଼େଇ କରୁଛି ପୂରା ପଞ୍ଜାବ ସହର। ଏହି ପ୍ରକୃତିକ ବିପର୍ଯ୍ୟାୟରେ ଏବେ ସୁଦ୍ଧା ୪୩ ଲୋକଙ୍କ ଜୀବନ ଯାଇ ସାରିଲାଣି। ଯେବେ କି ୧.୭୧ ଲକ୍ଷ ହେକ୍ଟର ଜମିରେ ହୋଇଥିବା ଫସଲ ବନ୍ୟା ଜଳରେ ବର୍ବାଦ ହୋଇଛି। ୨୩ଟି ଜିଲ୍ଲାର ସମୁଦାୟ ୧୯୦୨ଟି ଗାଁ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଛି। ଯାହା ଦ୍ୱାରା ୩,୮୪,୨୦୫ ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ଏହା ସହିତ, ବନ୍ୟା ପ୍ରଭାବିତ ଅଞ୍ଚଳରୁ ଏପର୍ଯ୍ୟନ୍ତ ୨୦,୯୭୨ ଜଣଙ୍କୁ ଉଦ୍ଧାର କରାଯାଇଛି।
ଗାଁ ଗୁଡ଼ିକରେ ବନ୍ୟା ପ୍ରଭାବିତ ଲୋକଙ୍କ ଏବଂ ପ୍ରଶାସନ ମଧ୍ୟରେ ସିଧାସଳଖ ଯୋଗାଯୋଗ ସ୍ଥାପନ କରିବା ପାଇଁ, ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ପ୍ରତ୍ୟେକ ପ୍ରଭାବିତ ଗାଁରେ ଜଣେ ଗେଜେଟେଡ୍ ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏବଂ ଆମ ଆଦମୀ ପାର୍ଟି (ଆପ) ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ ।

ଶିବରାଜ ସିଂହ ଚୌହାନ ବନ୍ୟା ପ୍ରଭାବିତ ଲୋକଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ କେନ୍ଦ୍ର ସେମାନଙ୍କ ସହିତ ଠିଆ ହୋଇଛି ଏବଂ ସେମାନଙ୍କୁ ସମସ୍ତ ପ୍ରକାରର ସାହାଯ୍ୟ ଯୋଗାଇ ଦିଆଯିବ । ଭାକ୍ରା ଡ୍ୟାମର ଜଳସ୍ତର ଏହାର ସର୍ବାଧିକ ୧୬୮୦ ଫୁଟ କ୍ଷମତାଠାରୁ ମାତ୍ର ଗୋଟିଏ ଫୁଟ କମ୍ । ଅଧିକ ପାଣି ଛାଡ଼ିବା ଯୋଗୁଁ, ରୂପନଗର ଜିଲ୍ଲା ପ୍ରଶାସନ ତଳିଆ ଅଞ୍ଚଳ ଏବଂ ସତଲେଜ ନଦୀ କୂଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଛି ।
ପାଟରାନର ଘଗ୍ଗର ନଦୀ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ପଟିଆଲା ଜିଲ୍ଲା ପ୍ରଶାସନ ମଧ୍ୟ ବାସିନ୍ଦାଙ୍କ ପାଇଁ ସତର୍କ ସୂଚନା ଜାରି କରିଛି । ଉଦ୍ଧାର ଏବଂ ରିଲିଫ କାର୍ଯ୍ୟକୁ ପ୍ରଭାବଶାଳୀ ଭାବରେ ତଦାରଖ କରିବା ପାଇଁ ପଞ୍ଜାବ ସରକାର ପ୍ରତ୍ୟେକ ବନ୍ୟା ପ୍ରଭାବିତ ଗାଁରେ ଗେଜେଟେଡ୍ ଅଧିକାରୀଙ୍କୁ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।












Click it and Unblock the Notifications