ଦିଲ୍ଲୀ ନିର୍ବାଚନ ପାଇଁ କଡାକଡି ସୁରକ୍ଷା ବ୍ୟବସ୍ଥା, ମୁତୟନ ହେଲେ ୪୨୦୦୦ ପୋଲିସ ଫୋର୍ସ
ନୂଆଦିଲ୍ଲୀ: ରାତି ପାହିଲେ ଦିଲ୍ଲୀରେ ପଡିବ ଭୋଟ । ଜନତା ବାଛିବେ ପସନ୍ଦର ନେତା । ଗତକାଲି ପ୍ରଚାର ଶେଷ ହୋଇଛି ଆଉ ଆସନ୍ତାକାଲି ଅର୍ଥାତ ୫ ତାରିଖକୁ ଅପେକ୍ଷା ରହିଛି । ଆସନ୍ତାକାଲି ଭୋଟ୍ ପଡିବାକୁ ଥିବା ବେଳେ ଏହାରି ଭିତରେ କଡାକଡି ହୋଇଛି ଦିଲ୍ଲୀର ସୁରକ୍ଷା ବ୍ୟବସ୍ଥା । ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଶାନ୍ତି ଶୃଙ୍ଖଳାରେ କରିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସବୁ ସମ୍ୱେଦନଶୀଳ ବୁଥରେ ଅଧିକ ପୋଲିସଙ୍କୁ ମୁତୟନ କରିବା ପାଇଁ ବ୍ୟବସ୍ଥା କରାଯାଇଛି ।
ତେବେ ଦିଲ୍ଲୀ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାରେ କରିବା ପାଇଁ ୧୫୦ ପାରାମିଲିଟ୍ରି ଫୋର୍ସ ଏବଂ ୪୨ ହଜାରରୁ ଅଧିକ ପୋଲିସ କର୍ମୀଙ୍କୁ ମୁତୟନ କରାଯାଇଛି । ପାଖାପାଖି ୩ ହଜାର ମତଦାନ କେନ୍ଦ୍ରକୁ ସମ୍ୱେଦନଶୀଳ କେନ୍ଦ୍ରଭାବେ ତାଲିକାଭୂକ୍ତ କରାଯାଇଛି । ଏହି ସମ୍ୱେଦନଶୀଳ ମତଦାନ କେନ୍ଦ୍ର ଗୁଡିକରେ ଅତିରିକ୍ତ ପୋଲିସ ଫୋର୍ସ ମୁତୟନ ପାଇଁ ବ୍ୟବସ୍ଥା କରାଯାଇଛି । ସବୁଠୁ ବଡ କଥା ହେଉଛି ମତଦାନ କେନ୍ଦ୍ର ଉପରେ ଡ୍ରୋନ୍ ସାହାଯ୍ୟରେ ବି ନଜର ରଖାଯିବାର ବ୍ୟବସ୍ଥା କରାଯାଇଛି । ଡ୍ରୋନ୍ ସର୍ଭିଲାନ୍ସରେ ରହିବ ସମ୍ୱେଦନଶୀଳ ବୁଥ୍ ।













Click it and Unblock the Notifications