ରେଳ ଖାଦ୍ୟ ଖାଇ ଫୁଡ୍ ପଏଜନର ଶିକାର ହେଲେ ୪୦ ଯାତ୍ରୀ
Chennai To Pune Bharat Gaurav Train: ଚେନ୍ନାଇରୁ ପୁଣେ ଯାଉଥିବା ଭାରତ ଗୌରବ ଟ୍ରେନରେ ଯାତ୍ରା କରୁଥିବା 40 ଜଣ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ହଠାତ୍ ବିଗିଡିଯାଇଥିବା ନେଇ ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ, ସମସ୍ତ ଯାତ୍ରୀ ଫୁଡ୍ ପଏଜନର ଶିକାର ହୋଇଛନ୍ତି । ଅସୁସ୍ଥ ବ୍ୟକ୍ତି ମାନେ ତୁରନ୍ତ ଏନେଇ ଟ୍ରେନ୍ କର୍ତ୍ତୃପକ୍ଷଙ୍କୁ ସେମାନଙ୍କ ଅବସ୍ଥା ବିଷୟରେ ଜଣାଇଥିଲେ ଯାହା ପରେ ପୁଣେ ରେଳ ପ୍ରଶାସନର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ଏବଂ ତଦନ୍ତ ଆରମ୍ଭ କରିଥିଲା ।

ଏହି ଟ୍ରେନ୍ ମଧ୍ୟରାତ୍ରିରେ ପୁଣେ ରେଳ ଷ୍ଟେସନରେ ପହଞ୍ଚିବା ପରେ ରେଳ କର୍ମଚାରୀ ଏବଂ ସେସନ୍ ହସ୍ପିଟାଲର ଡାକ୍ତରୀ ବିଶେଷଜ୍ଞଙ୍କ ଏକ ଟିମ୍ ନିୟୋଜିତ କରାଯାଇଥିଲା। ଯାତ୍ରୀମାନଙ୍କୁ ତୁରନ୍ତ ରେଳ ଷ୍ଟେସନରେ ଚିକିତ୍ସା ସହାୟତା ଯୋଗାଇ ଦିଆଯାଇଥିଲା ଏବଂ ଆବଶ୍ୟକ ପ୍ରାଥମିକ ଚିକିତ୍ସା ଦିଆଯାଇଥିଲା ।
40 passengers travelling on the Bharat Gaurav train from Chennai to Pune suffered from food poisoning.
As per the sources in the Ministry of Railways, a private player is operating the service. The ministry will take action against the company, sources added.
— ANI (@ANI) November 29, 2023
ସୌଭାଗ୍ୟବଶତଃ ସମସ୍ତ ଯାତ୍ରୀଙ୍କ ଅବସ୍ଥା ବର୍ତ୍ତମାନ ଭଲ ଅଛି କେହି ଡାକ୍ତରଖାନାରେ ଭର୍ତ୍ତି ହୋଇ ନାହାଁନ୍ତି । ଏହି ଘଟଣା ପରେ ବର୍ତ୍ତମାନ ରେଳ ଖାଦ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ରେଳ ମନ୍ତ୍ରଣାଳୟ ସୂତ୍ର ଅନୁଯାୟୀ ଏକ ଘରୋଇ କମ୍ପାନୀ ଏହି ସେବା ଚଳାଉଛି। ରେଳ ମନ୍ତ୍ରଣାଳୟ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସୂତ୍ରରୁ ପ୍ରକାଶ ।












Click it and Unblock the Notifications