ଖାମେନେଇଙ୍କ ମୃତ୍ୟୁକୁ ନେଇ ଉତ୍ତରପ୍ରଦେଶର ଅମେଠିରେ ୪୦ ଦିନିଆ ଶୋକ

ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଖାମେନେଇଙ୍କ ମୃତ୍ଯୁର ପ୍ରଭାବ ଭାରତ ଉପରେ ପଡ଼ିଛି । ଆମ ଦେଶର ଲୋକ ମଧ୍ୟ ସଡ଼କ ଉପରକୁ ଚାଲି ଆସିଛନ୍ତି । ଜମ୍ମୁ-କାଶ୍ମୀର ଭଳି ଉତ୍ତରପ୍ରଦେଶରେ ରାସ୍ତାକୁ ଓହ୍ଲାଇ ଆସିଛନ୍ତି ଶିଆ ସମୁଦାୟର ଲୋକ । ଉତ୍ତରପ୍ରଦେଶର ଅମେଠିରେ ଖାମେନେଇଙ୍କ ମୃତ୍ୟୁକୁ ନେଇ ଶିଆ ସମୁଦାୟ ୪୦ ଦିନିଆ ଶୋକ ପାଳନ ପାଇଁ ବିଧିବଦ୍ଧ ଆଦେଶ ଜାରି କରିଛି । ବିରୋଧ ସ୍ଵରୂପ ସ୍ଥାନୀୟ ଲୋକ ସେମାନଙ୍କ ଦୋକାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ସେମାନଙ୍କ ଅନୁସାରେ, "ଆମେରିକା ଓ ଇସ୍ରାଏଲ୍ ପଛରୁ ଯୁଦ୍ଧ କରି ଖାମେନେଇଙ୍କୁ ହତ୍ୟା କରିଛନ୍ତି ।"

Khamenei

ଅମେଠିର ଶିଆ ସମୁଦାୟ ଖାମେନେଇଙ୍କ ମୃତ୍ୟୁକୁ ନେଇ ଅସନ୍ତୋଷ ଜାହିର୍ କରିଛନ୍ତି । ମୌଲାନା ଜିଶାନ ହାଇଦର ଅଲୀ କହିଛନ୍ତି, "ଅୟାତୁଲ୍ଲା ଖାମେନେଇଙ୍କ ଦେହାନ୍ତର ସମୁଦାୟ ଭାଙ୍ଗି ପଡ଼ିଛି । ଶୋକରେ ଆଗାମୀ ୪୦ ଦିନ ପର୍ଯ୍ୟନ୍ତ କୌଣସି ଉତ୍ସବ ପାଳନ ହେବ ନାହିଁ ।" ଇସଲାମ ଧର୍ମଗୁରୁ ଓ ସ୍ଥାନୀୟ ଲୋକ ଇସ୍ରାଏଲ୍ ଓ ଆମେରିକାର ଆକ୍ରମଣକୁ ନିନ୍ଦା କରିଛନ୍ତି । ମୌଲାନା ଜିଶାନ କହିଛନ୍ତି, "୧୯୦୦ ବର୍ଷରୁ ଯେବେ ବି କେହି ନ୍ୟାୟ ପାଇଁ ଲଢ଼ିଛି, ତାର ରକ୍ତାକ୍ତ ମୃତ୍ୟୁ ହୋଇଛି । ଏବେ ଖାମେନେଇ ସହିଦ ହୋଇଛନ୍ତି ସତ କିନ୍ତୁ, ତାଙ୍କ ବିଚାର କେବେ ବି ମରିବନି । ଆମେରିକାର ଆକ୍ରମଣ କେବଳ ଜଣେ ନେତାଙ୍କ ଉପରେ ନୁହେଁ ବରଂ ଏକ ବିଚାରଧାରା ଉପରେ ହୋଇଛି ।"

ଇରାନ ଉପରେ ଇସ୍ରାଏଲ୍ ଓ ଆମେରିକାର ଆକ୍ରମଣକୁ ବିରୋଧ କରି ଅମେଠିରେ ପ୍ରଦର୍ଶନ ଦେଖିବାକୁ ମିଳିଛି । ଲୋକେ ଅଶ୍ରୁପୂର୍ଣ୍ଣ ଆଖିରେ ହୃଦୟର ଦୁଃଖକୁ ବଖାଣିଛନ୍ତି । ମୌଲନା ସଂକଳ୍ପ ଦୋହରାଇ କହିଛନ୍ତି, "ଇରାନର ଛୁଆ ଯେବେ ପର୍ଯ୍ୟନ୍ତ ଜୀବିତ ଥିବେ, ସେବେ ପର୍ଯ୍ୟନ୍ତ ପଛକୁ ହଟିବେ ନାହିଁ ଏବଂ ସେମାନଙ୍କ ଅସ୍ତିତ୍ଵର ରକ୍ଷା ପାଇଁ ଲଢ଼େଇ ଜାରି ରଖିବେ ।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+