ନିର୍ବାଚନ ପୂର୍ବରୁ ଉତ୍ତର ପ୍ରଦେଶରେ ଜୋତା ବ୍ୟବସାୟୀଙ୍କ ଘରୁ ୪୦ କୋଟି ଉଦ୍ଧାର

ଆଗ୍ରା: ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ବଡ଼ ଆଇଟି ରେଡ୍‌। ଉତ୍ତରପ୍ରଦେଶ ଆଗ୍ରାରେ ବଡ଼ ଧରଣର ଆଇଟି ରେଡ ହୋଇଛି । ଆଗ୍ରାଭିତ୍ତିକ ଜଣେ ଜୋତା ବ୍ୟବସାୟଙ୍କ ଘରେ ଚଢ଼ାଉ କରି ଆୟକର ବିଭାଗ (ଆଇଟି) ଶନିବାର ପ୍ରାୟ ୪୦ କୋଟି ନଗଦ ଟଙ୍କା ଉଦ୍ଧାର କରିଛି। ଟଙ୍କା ଗଣନା ଏବେ ପର୍ଯ୍ୟନ୍ତ ବି ଜାରି ରହିଛି ବୋଲି ସରକାରୀ ସୂତ୍ରରୁ ଜାଣିବାକୁ ମିଳିଛି।

40 crore rescue

ଉତ୍ତରପ୍ରଦେଶର ଆଗ୍ରା ଏବଂ ତାଙ୍କର ଅନ୍ୟ କେତେକ ସ୍ଥାନରେ ଏହି ଚଢ଼ାଉ ହୋଇଥିବା ସୂଚନା ରହିଛି। ଗତକାଲି ଅପରାହ୍ନରୁ ଟଙ୍କା ଗଣନା ଆରମ୍ଭ ହୋଇ ଏପର୍ଯ୍ୟନ୍ତ ଶେଷ ହୋଇପାରିନାହିଁ।
ତେବେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଉତରପ୍ରଦେଶ ଆଗ୍ରାରେ ଏକ ବଡ଼ ଧରଣର ଆଇଟି ରେଡ ହୋଇଛି ବୋଲି କୁହାଯାଇପାରେ ।

ଜଣେ ଜୋତା ବ୍ୟବସାୟୀଙ୍କ ଘରୁ ବିପୁଳ ପରିମାଣର ଟଙ୍କା ଜବତ ହେବା ପରେ ସଂପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଟଙ୍କା ଗଣା ଜାରିରହିଥିବାରୁ ଜବତ ଟଙ୍କାର ପରିମାଣ ବୃଦ୍ଧି ପାଇବ ବୋଲି କୁହାଯାଉଛି । ଗତକାଲି ଅପରାହ୍ନରୁ ଆୟକର ବିଭାଗର ଏକ ସ୍ୱତନ୍ତ୍ର ଟିମ ଚଢାଉ ଜାରି ରଖିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+