Get Updates
Get notified of breaking news, exclusive insights, and must-see stories!

ସୋନିଆଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍ ଆଣିଲା ବିଜେପି

ସୋନିଆ ଗାନ୍ଧିଙ୍କ ବିରୋଧରେ ଆସିଲା ସ୍ବାଧିକାର ଭଙ୍ଗ ନୋଟିସ୍ । ସ୍ବାଧୀକାର ଭଙ୍ଗ ନୋଟିସ ଆଣିଲା ବିଜେପି। ରାଷ୍ଟ୍ରପତିଙ୍କ ବାବଦରେ ଅପମାନସୂଚକ ମନ୍ତବ୍ୟ ପାଇଁ ସୋନିଆଙ୍କ ବିରୋଧରେ ବିଜେପି ସାଂସଦ ସ୍ବାଧିକାର ଭଙ୍ଗ ନୋଟିସ୍ ଆଣିଛନ୍ତି । ଏନେଇ ରାଜ୍ୟସଭା ଅଧକ୍ଷଙ୍କୁ ଚିଠି ଲେଖାଯାଇଛି । ସେହିପରି ସାଂସଦ ପପୁ ଯାଦବଙ୍କ ବିରୋଧରେ ମଧ୍ୟ ସ୍ବାଧିକାର ଭଙ୍ଗ ନୋଟିସ୍ ଆସିଛି।'

ସଂସଦୀୟ ମୂଲ୍ୟବୋଧ ଏବଂ ଆଦର୍ଶ ଆଚରଣ ଏହା କହୁଛି ‌ଯେ କୌଣସି ବି ସଦସ୍ୟ କାହା ବିରୋଧରେ ଅପମାନଜନକ ଶବ୍ଦ ବ୍ୟବହାର କରିପାରିବନେି। ସାଂସଦମାନେ ଦାବି କରିଛନ୍ତି ଯେ ସୋନିଆ ଗାନ୍ଧୀଙ୍କ ଟିପ୍ପଣୀ ତାଙ୍କର ଆଦିବାସୀ ବିରୋଧୀ ମାନସିକତାକୁ ପଦାରେ ପକାଇ ଦେଇଛି। ସୁପ୍ରିମ୍‌କୋର୍ଟଙ୍କର ଏକ ରାୟକୁ ଉଦାହରଣ ଭାବେ ଦର୍ଶାଇ ବିଜେପି ସାଂସଦମାନେ ସୋନିଆ ଗାନ୍ଧୀଙ୍କ ବିରୋଧରେ ସଠିକ୍‌ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଉଲ୍ଲେଖଯୋଗ୍ୟ, ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇ କହିଥିଲେ ଯେ କୌଣସି ସାଂସଦଙ୍କ ଦ୍ବାରା ସ୍ବାଧୀକାର ଭଙ୍ଗକୁ ହଜମ କରିବା କଷ୍ଟଦାୟକ।

sonia gandhi

ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ପାଖକୁ ‌ଲେଖିଥିବା ଚିଠି‌ରେ ବିଜେପି ସାଂସଦମାନେ ଦର୍ଶାଇଛନ୍ତି ‌ଯେ ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧୀ ରାଷ୍ଟ୍ରପତିଙ୍କ ବିରୋଧରେ ଯେଉଁଭଳି ଅସଂସଦୀୟ, ଅପମାନଜନକ ଏବଂ ଅସମ୍ମାନଜନକ ଟିପ୍ପଣୀ ଦେଇଛନ୍ତି ସେଥିପାଇଁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ଉଲ୍ଲେଖଯୋଗ୍ୟ, ରାଷ୍ଟ୍ରପତି ମୁର୍ମୁ ସଂସଦର ଉଭୟ ଗୃହକୁ ଉଦ୍‌ବୋଧନ ଦେବାପରେ ସୋନିଆ ଗାନ୍ଧୀ କହିଥିଲେ ଯେ ଭାଷଣ ଶେଷ ବେଳକୁ ରାଷ୍ଟ୍ରପତି ବହୁତ ଥକି ଯାଇଥିଲେ। ସେ କିଛି କହିପାରୁନଥିଲେ। ସୋନିଆ ରାଷ୍ଟ୍ରପତିଙ୍କୁ 'ବିଚାରୀ ମହିଳା' କହିଥିଲେ। ସୋନିଆଙ୍କର ଏଭଳି ଟିପ୍ପଣୀକୁ ବିଜେପି ଏବଂ ଅନ୍ୟ ଏନ୍‌ଡିଏ ସାଂସଦମାନେ ତୀବ୍ର ବିରୋଧ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+