୪ ବର୍ଷର ନାବାଳିକାକୁ ବଳାତ୍କାର, ସ୍କୁଲ ଭ୍ୟାନ ଡ୍ରାଇଭର ଗିରଫ
ପୁଣି ଆଉ ଏକ ଅପରାଧ। ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଏକ ଘୃଣ୍ୟ ଅପରାଧ ସାମ୍ନାକୁ ଆସିଛି। ୪ ବର୍ଷର ନାବାଳିକାକୁ ବି ଛାଡ଼ିଲେନି ଏମାନେ। ଏକ ବେସରକାରୀ ସ୍କୁଲର ଭ୍ୟାନ ଡ୍ରାଇଭର ୪ ବର୍ଷର ନାବାଳିକାକୁ ବଳାତ୍କାର କରିଥିବା ଜଣାପଡିଛି। ଅଭିଯୁକ୍ତ ଡ୍ରାଇଭର ଆରିଫଙ୍କୁ ଗିରଫ କରାଯାଇଛି। ଇନ୍ଦିରାନଗର ଥାନାର ଏସଏଚଓ ସୁନୀଲ କୁମାର ତିୱାରୀଙ୍କ କହିବା ଅନୁଯାୟୀ, ଅଭିଯୁକ୍ତ ଆରିଫ ନିଜେ ସ୍କୁଲ ସହ ଜଡ଼ିତ ଏକ ଭ୍ୟାନର ମାଲିକ।
ସ୍କୁଲ ପରିଚାଳନା ବିସ୍ତୃତି ପ୍ରଶ୍ନରେ ତିୱାରୀ କହିଛନ୍ତି ଯେ, ବାଳିକାର ମାତା ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ଯେ ସେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଡ୍ରାଇଭର ବିଷୟରେ ସୂଚନା ଦେଇଥିଲେ, କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା।

ଶୁକ୍ରବାର ଏହି ଘଟଣା ସମ୍ପର୍କରେ ଡ୍ରାଇଭର ଆରିଫ ଏବଂ ସ୍କୁଲ ମ୍ୟାନେଜର ସନ୍ଦୀପ କୁମାରଙ୍କ ବିରୋଧରେ ବିଭିନ୍ନ ଆଇନଗତ ଧାରା ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ଏଘଟଣାକୁ ନେଇ ଅଭିଭାବକ ଏବଂ ପିଲାମାନେ ମଧ୍ୟ ଭୟଭୀତ ଅଛନ୍ତି। ବାରମ୍ୱାର ଏଭଳି ଘଟଣା ଘଟୁଥିବାବେଳେ ପୋଲିସ ଏହାର ତଦନ୍ତ ଜାରି ରଖୁଛି। ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର ଲୋକେ।












Click it and Unblock the Notifications