କେରଳ ଏକ୍ସପ୍ରେସରେ ପିଟି ହୋଇ ୪ ସଫେଇ କର୍ମଚାରୀ ମୃତ
ଦକ୍ଷିଣ ଭାରତ କେରଳର ପଲକ୍କଡ ନିକଟରେ କେରଳ ଏକ୍ସପ୍ରେସ ଧକ୍କାରେ ମୃତ୍ୟୁ ଘଟିଥିବା ୪ ସଫେଇ କର୍ମଚାରୀଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୩ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି , ଶନିବାର ରେଲଓ୍ବେ ପୋଲିସ ଏହି ସୂଚନା ଦେଇଛି। ଖବର ଅନୁସାରେ, ରେଲୱେ ଟ୍ରାକ୍ ସଫେଇ କର୍ମଚାରୀଙ୍କ ଏକ ଚାରି ଜଣିଆ ଦଳ ଭରତପୁଝା ନଦୀ ବ୍ରିଜ ଉପରେ ଟ୍ରାକ ସଫା କରୁଥିଲେ।

ଏତିକିବେଳେ କେରଳ ଏକ୍ସପ୍ରେସ ଟ୍ରେନ ଆସିଥିଲା। ଟ୍ରେନ ଦେଖି ସେମାନେ ସେଠାରୁ ଦୌଡ଼ିବାକୁ ଚେଷ୍ଟା କରିଥିଲେ ମଧ୍ୟ ଠିକ୍ ସମୟରେ ବ୍ରିଜର ଅନ୍ୟ ପ୍ରାନ୍ତରେ ପହଞ୍ଚିପାରିନଥିଲେ। ଟ୍ରାକ୍ ମଧ୍ୟରେ ଅଟକି ଯିବାରୁ ସେମାନଙ୍କୁ ଟ୍ରେନ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଦୁଇଜଣ ପୁରୁଷ ଏବଂ ଦୁଇଜଣ ମହିଳାଙ୍କ ସମେତ ୪ ଜଣ ସଫେଇ କର୍ମଚାରୀଙ୍କର ମୃତ୍ୟୁ ଘଟିଛି।












Click it and Unblock the Notifications