ଘର ଲିପିବା ପାଇଁ ଆଣିବାକୁ ଯାଇଥିଲେ ମାଟି ,ଖସିଲା ଅତଡ଼ା, ୪ ଜଣଙ୍କ ଗଲା ଜୀବନ

ଲକ୍ଷ୍‌ନୌ : ଉତ୍ତରପ୍ରଦେଶର କାସଗଞ୍ଜରେ ମାଟି ଅତଡା ଖସି ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୩ ମହିଳା ଓ ଜଣେ ଯୁବତୀ ଅଛନ୍ତି । ଏବେବି ବହୁ ମହିଳା ଓ ଶିଶୁ ମାଟି ତଳେ ଫସି ରହିଥିବା ଅନୁମାନ କରାଯାଉଛି ।ଘର ଓ ଚୁଲି ଲିପିବା ନିମନ୍ତେ କାତୌର, ରାମପୁର ଅଞ୍ଚଳର ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ମହିଳା ଓ ଶିଶୁ ମାଟି ଆଣିବାକୁ ମୋହନପୁରା ଗାଁକୁ ଯାଇଥିଲେ। ମାତ୍ର ମାଟି ଖୋଳୁ ଖୋଳୁ ହଠାତ୍‌ ମାଟି ଅତଡ଼ା ମହିଳାମାନଙ୍କ ଉପରେ ପଡ଼ି ଯାଇଥିଲା। ଫଳରେ ସେମାନେ ତା' ତଳେ ଚାପି ହୋଇ ରହିଥିବା ବେଳେ ଉଦ୍ଧାର ପାଇଁ ଚିତ୍କାର କରିଥିଲେ।

soil mound collapses in Kasganj

ସେମାନଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପହଞ୍ଚିବା ସହ ପୁଲିସ୍‌ ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ତୁରନ୍ତ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚିଥିବା ବେଳେ ଜେସିବି ଦ୍ୱାରା ମାଟି ଖୋଳି ଲୋକଙ୍କୁ ଉଦ୍ଧାର କରାଯିବା ନିମନ୍ତେ ଚେଷ୍ଟା ଚାଲିଛି। ଘଟଣାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଉଦ୍ଧାର କାମକୁ ତ୍ବରାନ୍ବିତ କରିବା ସହ ଗୁରୁତରଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+