ଅହମ୍ମଦାବାଦରୁ ଗିରଫ ହୋଇଥିବା ୪ ଆତଙ୍କବାଦୀ କଲେ ବଡ଼ ଖୁଲାସା
ଅହମ୍ମଦାବାଦ : ଅହମ୍ମଦାବାଦ ବିମାନବନ୍ଦରରୁ ୪ ଜଣ ଆଇଏସଆଇଏସ ଆତଙ୍କବାଦୀଙ୍କୁ ଗତକାଲି ଗିରଫ କରିଥିଲା ପୋଲିସ । ଗିରଫ ୪ ଆତଙ୍କବାଦୀ ଶ୍ରୀଲଙ୍କାର ନାଗରିକ ବୋଲି ଜଣାପଡ଼ିଥିଲା । ଗୁଜରାଟ ଆଣ୍ଟି ଟେରର ସ୍କ୍ୱାଡ୍(ଏଟିଏସ୍) ସେମାନଙ୍କୁ ଗିରଫ କରିଛି । ଆଉ ବର୍ତ୍ତମାନ ୪ଜଣ ଆତକଙ୍କୁ ଗିରଫ କରି ପଚରାଉଚରା କରିଛି ଗୁଜିରାଟ୍ 'ଏଟିଏସ୍' ।
ପଚରାଉଚରାରୁ ସାମ୍ନାକୁ ଆସିଥି ଚାଞ୍ଚଲ୍ୟ କଲାଭଳି ଖବର । ଏହି ୪ଜଣ ଆତଙ୍କବାଦୀ ଭାରତରେ ଏକ ବଡ ଆତଙ୍କୀ ଆକ୍ରମଣର ଷଡଯନ୍ତ୍ର ରଚିଥିଲେ । ଗିରଫ ହୋଇଥିବା ୪ଜଣ ଆତଙ୍କବାଦୀ ଶ୍ରୀଲଙ୍କାରୁ ଭାରତକୁ ପ୍ରବେଶ କରିଥିଲେ । ଆଉ ଭାରତରେ ଏକ ବଡ ଆତଙ୍କୀ ଆକ୍ରମଣ ପାଇଁ ଷଡଯନ୍ତ୍ର ରଚିଥିଲେ । ଆଉ ଆଇଏସଆଇଏସ୍ ସଂଗଠନ ଏହି ୪ଜଣଙ୍କୁ ପାକିସ୍ତାନରୁ ନିୟନ୍ତ୍ରଣ କରୁଥିଲା ।

ଏହି ୪ଜଣ ଆତଙ୍କୀ ପାକିସ୍ତାନରୁ ଆସୁଥିବା ନିର୍ଦ୍ଦେଶକୁ ଅପେକ୍ଷା କରିଥିଲେ । ନିର୍ଦ୍ଦେଶ ମିଳିବା ମାତ୍ରେ ଆତଙ୍କବାଦୀମାନେ ଭାରତରେ ଏକ ଆତ୍ମଘାତୀ ଆକ୍ରମଣ କରିଥାନ୍ତେ ବୋଲି ଜଣାପଡ଼ିଛି । ଗତକାଲି ଗୁଜରାଟ ଡିଜିପି ବିକାଶ ସହାୟ କହିଥିଲେ ଯେ, ମହମ୍ମଦ ନୁସରତ, ମହମ୍ମଦ ନୁଫ୍ରାନ୍, ମହମ୍ମଦ ଫାରିସ ଓ ମହମ୍ମଦ ରାଜଦିନ ନାମକ ୪ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।
ଏମାନେ ଶ୍ରୀଲାଙ୍କା ନାଗରିକ ଏବଂ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଇସ୍ଲାମିକ ଷ୍ଟେଟର ସକ୍ରିୟ ସଦସ୍ୟ । ସେମାନେ ଭାରତରେ ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରିଥିଲେ ।












Click it and Unblock the Notifications