ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କର ବଡ଼ ସଫଳତା, ଏନକାଉଣ୍ଟରରେ ୪ ଆତଙ୍କୀ ନିପାତ
Jammu Kashmir Encounter: ଜାମ୍ମୁ କାଶ୍ମୀରର ପୁଞ୍ଚରେ ସୁରକ୍ଷା ବାହିନୀର ବଡ଼ ସଫଳତା । ସୋମବାର (ଜୁଲାଇ 17) ଏନକାଉଣ୍ଟରରେ ସୁରକ୍ଷା ବାହିନୀ ୪ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି । ସୂଚନା ଅନୁଯାୟୀ, ସିନ୍ଧ୍ରା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ଜାମ୍ମୁ କାଶ୍ମୀର ପୋଲିସ ଏବଂ ସୁରକ୍ଷା ବାହିନୀର ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା ।

ଭାରତୀୟ ସେନା ଅଧିକାରୀଙ୍କ ଅନୁସାରେ, ପୁଞ୍ଚର ସିନ୍ଧରା ଅଞ୍ଚଳରେ ମିଳିତ ଅପରେସନରେ ସୁରକ୍ଷା ବାହିନୀଙ୍କ ଗୁଳିରେ ୪ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି । ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରଥମ ମୁକାବିଲା ସୋମବାର ରାତି ପ୍ରାୟ ୧୧.୩୦ରେ ଆରମ୍ଭ ହୋଇଥିଲା ।
ଡ୍ରୋନ ଦ୍ୱାରା ଆତଙ୍କବାଦୀଙ୍କ ଉପରେ ନଜର ରଖାଯାଇଥିଲା । ଏହାପରେ ପୁଣି ମଙ୍ଗଳବାର ସକାଳେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ଅପରେସନରେ ନିହତ ହୋଇଥିବା ଆତଙ୍କବାଦୀଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନାହିଁ। ସମସ୍ତ ଆତଙ୍କବାଦୀ ବିଦେଶୀ ବୋଲି ସୂଚନା ରହିଛି ।
ଏହା ପୂର୍ବରୁ ଜୁନ୍ ୨୩ରେ ମଧ୍ୟ ସୁରକ୍ଷା ବାହିନୀକୁ ଏକ ବଡ ସଫଳତା ମିଳିଥିଲା । କୁପୱାରାରେ ସେନା ଗୁଳିରେ ଚାରି ଆତଙ୍କବାଦୀ ନିହତ ହୋଇଥିଲେ । ଏହା ସହ ଆତଙ୍କବାଦୀଙ୍କ ନିକଟରୁ ବିପୁଳ ପରିମାଣର ଗୁଳି ଜବତ କରାଯାଇଛି ବୋଲି ପୋଲିସ ପକ୍ଷରୁ ସୂଚନା ରହିଛି । ଏହି ଘଟଣା ପରଠାରୁ, LoCର ସୁରକ୍ଷା ବଢାଇ ଦିଆଯାଇଛି ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications