ଅହମ୍ମଦାବାଦରୁ ୪ ସନ୍ଦିଗ୍ଧ ଆଇଏସ୍‌ ଆଇଏସ୍‌ ଆତଙ୍କବାଦୀ ଗିରଫ

ଅହମ୍ମଦାବାଦ: ଅହମ୍ମଦାବାଦ ବିମାନବନ୍ଦରରୁ ୪ ଜଣ ଆଇଏସଆଇଏସ ଆତଙ୍କବାଦୀ ଗିରଫ ହୋଇଛନ୍ତି । ଗିରଫ ୪ ଆତଙ୍କବାଦୀ ଶ୍ରୀଲଙ୍କାର ନାଗରିକ ବୋଲି ଜଣାପଡ଼ିଛି । ଗୁଜରାଟ ଆଣ୍ଟି ଟେରର ସ୍କ୍ୱାଡ୍‌(ଏଟିଏସ୍‌) ସେମାନଙ୍କୁ ଗିରଫ କରିଛି । ମେ ୧୨ ତାରିଖରେ ଅହମ୍ମଦାବାଦ ବିମାନବନ୍ଦରକୁ ବୋମା ଧମକ ଇମେଲ୍ ଜରିଆରେ ମିଳିଥିଲା, ଯାହା କି ସୁରକ୍ଷା କର୍ମୀମାନେ ବିମାନବନ୍ଦର ପରିସରରେ ଖୋଜାଖୋଜି କରିବା ପରେ ଏକ ମିଥ୍ୟା ପ୍ରମାଣିତ ହୋଇଥିଲା ।

କିନ୍ତୁ କିଛି ସନ୍ଦେହଜନକ ମିଳି ନଥିଲା ।ଅପରାହ୍ନରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରର ଅଫିସିଆଲ୍ ଇମେଲ୍ ଆଇଡିରେ ଜଣେ ଅଜ୍ଞାତ ବ୍ୟକ୍ତି ଏହି ଧମକପୂର୍ଣ୍ଣ ଇମେଲ୍ ପଠାଇବା ପରେ ବିମାନବନ୍ଦରର ସୁରକ୍ଷା କର୍ମୀମାନେ ସମଗ୍ର ବିମାନବନ୍ଦରକୁ ଯାଞ୍ଚ କରିଥିଲେ ବୋଲି ପୁଲିସ କମିଶନର ଜିଏସ୍ ମଲ୍ଲିକ କହିଛନ୍ତି ।

ISIS Terrorists Arrested In Ahmedabad

ଗୁଜରାଟ ଡିଜିପି ବିକାଶ ସହାୟ କହିଛନ୍ତି ଯେ, ମହମ୍ମଦ ନୁସରତ, ମହମ୍ମଦ ନୁଫ୍ରାନ୍‌, ମହମ୍ମଦ ଫାରିସ ଓ ମହମ୍ମଦ ରାଜଦିନ ନାମକ ୪ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଏମାନେ ଶ୍ରୀଲାଙ୍କା ନାଗରିକ ଏବଂ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଇସ୍‌ଲାମିକ ଷ୍ଟେଟର ସକ୍ରିୟ ସଦସ୍ୟ । ସେମାନେ ଭାରତରେ ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରିଥିଲେ ।

ସେ ଆହୁରି କହିଛନ୍ତି, ଚଳିତବର୍ଷ ଫେବୃଆରୀ ମାସରୁ ଏହି ଚାରି ଜଣ ପାକିସ୍ତାନରେ ରହୁଥିବା ଆଇଏସଆଇଏସ ନେତା ଅବୁ ସହ ଯୋଗାଯୋଗରେ ଥିଲେ । ସୋସିଆଲ ମିଡିଆ ମାଧ୍ୟମରେ ସେମାନେ ତା' ସହ ଯୋଗାଯୋଗରେ ଥିଲେ । ଅବୁ ସେମାନଙ୍କୁ ଭାରତରେ ଆତଙ୍କବାଦୀ ଆକ୍ରମଣ କରିବାକୁ ଉସୁକାଇଥିଲା । ସେମାନେ ଏତେ ଉଗ୍ରପନ୍ଥି ଯେ, ଆତ୍ମଘାତୀ ବିସ୍ଫୋରଣ ପାଇଁ ମଧ୍ୟ ପ୍ରସ୍ତୁତ ହୋଇଯାଇଥିଲେ । ପାକିସ୍ତାନୀ ବାସିନ୍ଦା ଅବୁ ସେମାନଙ୍କୁ ଶ୍ରୀଲଙ୍କା ମୁଦ୍ରାରେ ଚାରି ଲକ୍ଷ ଟଙ୍କା ମଧ୍ୟ ଦେଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+