କାଶ୍ମୀର ଡୋଡାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳି ବିନିମୟ ; ୪ ଯବାନ ସହିଦ

ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ୪ ଯବାନ ସହିଦ । କାଶ୍ମୀର ଡୋଡାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳି ବିନିମୟ ଦେଖିବାକୁ ମିଳିଛି। ଜଣେ ସେନା ଅଧିକାରୀ ସମେତ ୪ ଯବାନ ସହିଦ ହୋଇଛନ୍ତି ।

କାଲି ଗୁଳିବିନିମୟ ବେଳେ ୫ ସୁରକ୍ଷାକର୍ମୀ ଗୁରୁତର ହୋଇଥିଲେ । ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ୪ ଜଣଙ୍କ ମୃତ୍ୟୁ ହୋଇଛି ।
ଅଞ୍ଚଳକୁ ସିଲ୍ କରି ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ଜାରି ରହିଛି ।

ଜମ୍ମୁ-କଶ୍ମୀର ପୁଲିସର ରାଷ୍ଟ୍ରୀୟ ରାଇଫଲ୍ସ ଏବଂ ସ୍ପେଶାଲ ଅପରେସନ୍ ଗ୍ରୁପ୍ (ଏସ୍ଓଜି) ରାତି ପ୍ରାୟ ୮ଟା ୪୫ ମିନିଟ୍ ରେ ଦେସା ବନାଞ୍ଚଳର ଧାରି ଗୋଟେ ଉର୍ବାଗିଠାରେ ମିଳିତ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ଏହାପରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା।

4 Soldiers Killed

ପ୍ରାୟ ୨୦ ମିନିଟରୁ ଅଧିକ ସମୟ ଧରି ଚାଲିଥିବା ଗୁଳି ବିନିମୟରେ ଜଣେ ଅଧିକାରୀଙ୍କ ସମେତ ୪ ଜଣ ସେନା ଯବାନ ଏବଂ ଜଣେ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ଆହତମାନଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଥିଲା। ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ୪ ଜଣଙ୍କ ମୃତ୍ୟୁ ଖବର ଆସିଛି। ଏହି ଅଞ୍ଚଳକୁ ଅତିରିକ୍ତ ସୈନ୍ୟ ପଠାଯାଇଥିବା ସେନା ପକ୍ଷରୁ କୁହାଯାଇଛି। ଏଠାରେ ଆତଙ୍କବାଦୀଙ୍କୁ ଘେରି ଦିଆଯାଇଛି। ସେନାର ୧୬ କୋର, ଯାହାକୁ ହ୍ୱାଇଟ୍ ନାଇଟ୍ କର୍ପସ ମଧ୍ୟ କୁହାଯାଏ, ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ ଏହି ଅଞ୍ଚଳକୁ ଅତିରିକ୍ତ ସୈନ୍ୟ ପଠାଯାଇଛି, ଅପରେସନ୍ ଜାରି ରହିଛି।

୫ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲକୁ ନିଆଯାଇଥିବାବେଳେ ସମସ୍ତଙ୍କର ଅବସ୍ଥା ଗୁରୁତର ରହିଥିଲା । ହସ୍ପିଟାଲରେ ସେନା ଅଧିକାରୀ ସମେତ ୪ ଜଣ ଯବାନଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି । ଆଉ ଜଣେ ଯବାନଙ୍କ ଅବସ୍ଥା ମଧ୍ୟ ଏବେ ବି ସଙ୍କଟାପନ୍ନ ରହିଥିବା ସୂଚନା ମିଳିଛି । ଏହି ଘଟଣା ପରେ ଡୋଡାରେ ସୁରକ୍ଷା କଡାକଡି କରାଯାଇଥିବା ବେଳେ ଡେସା ଅଞ୍ଚଳକୁ କର୍ଡନ କରାଯାଇ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି ।

କିଛି ଦିନ ହେବ ଜମ୍ମୁ-କାଶ୍ମୀରରେ ପୁଣିଥରେ ଆତଙ୍କବାଦୀଙ୍କ ଉପଦ୍ରବ ବଢିଯାଇଛି । କେତେବେଳେ ଆତଙ୍କୀ ସାଧାରଣ ଜନତାଙ୍କୁ ଟାର୍ଗେଟ କରୁଛନ୍ତି ତ ଆଉ କେତେବେଳେ ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁ ହେଉଛନ୍ତି । ଜୁଲାଇ 8ରେ କାଠୁଆ ଜିଲ୍ଲାରେ ସେନା ଗାଡି ଉପରକୁ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଫଳରେ 5 ଜଣ ବୀର ଯବାନ ଶହୀଦ ହୋଇଯାଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+