Get Updates
Get notified of breaking news, exclusive insights, and must-see stories!

ସ୍ଵତନ୍ତ୍ର ଭୋଟିଂ ବ୍ୟବସ୍ଥାରେ ଘରେ ବସି ଭୋଟ ଦେଲେ ୪ ବରିଷ୍ଠ ନେତା ଆଡଭାନୀ, ମୁରଲୀ , ମନମୋହନ ସିଂହ ଓ ଅନସାରୀ,

ଘରେ ବସି ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପୂର୍ବତନ ଉପ ରାଷ୍ଟ୍ରପତି ମହମ୍ମଦ ହମିଦ ଅନସାରୀ, ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଏଲକେ ଆଡଭାନୀ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡ. ମୁରଲୀ ମନୋହର ଯୋଶୀ। ନିର୍ବାଚନ କମିଶନଙ୍କ ପକ୍ଷରୁ ହୋଇଥିବା ସ୍ୱତନ୍ତ୍ର ଭୋଟିଂ ବ୍ୟବସ୍ଥା ଦ୍ୱାରା ଏମାନେ ଘରେ ରହି ଭୋଟ ଦେଇଛନ୍ତି।

ଦିଲ୍ଲୀ ନିର୍ବାଚନ ଅଧିକାରୀ କହିଛନ୍ତି, "ମେ' ୧୭ରେ ନୂଆଦିଲ୍ଲୀ ଲୋକସଭା ଆସନ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁରଲୀ ମନୋହର ଯୋଶୀ ସଫଳତାର ସହ ସେମାନଙ୍କ ମତାଧିକାର ସାବ୍ୟସ୍ଥ କରିଛନ୍ତି। ଘରେ ଉପଲବ୍ଧ ହେଉଥିବା ଭୋଟିଂ ବ୍ୟବସ୍ଥା ଅନୁସାରେ ସେମାନଙ୍କ ଭୋଟ ଗ୍ରହଣ କରାଯାଇଛି। ପୂର୍ବତନ ଉପ ରାଷ୍ଟ୍ରପତି ମହମ୍ମଦ ହମିଦ ଅନସାରୀ ଗୁରୁବାର ଭୋଟ ଦେଇଥିଲେ। ଶନିବାର ଏଲକେ ଆଡଭାନୀ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି।"

Advani Murali Manmohan Singh

ଗୁରୁବାର ଠାରୁ ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ପାଇଁ ଘରେ ରହି ଭୋଟ ଦେବାର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଏହା ମେ' ୨୪ ତାରିଖ ଯାଏ ଚାଲିବ। ଏହି ବ୍ୟବସ୍ଥା ଦ୍ୱାରା ଦିଲ୍ଲୀର ୭ ଲୋକସଭା ଆସନ ପାଇଁ ଶୁକ୍ରବାର ୧୪୦୯ ଜଣ ଭୋଟ ଦେଇଥିଲେ। ପଶ୍ଚିମ ଦିଲ୍ଲୀ ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ୩୪୮ ଜଣ ଭୋଟ ଦେଇଛନ୍ତି। ଏମାନଙ୍କ ମଧ୍ୟରେ ୨୯୯ ଜଣ ବରିଷ୍ଠ ନାଗରିକ।

ସେହିପରି ପ୍ରଥମ ଦିନରେ ୧୪୮୨ ଜଣଙ୍କ ଘରେ ପହଞ୍ଚି ସେମାନଙ୍କ ଭୋଟ ସଂଗ୍ରହ କରାଯାଇଥିଲା। ଆଜି ବି ନିର୍ବାଚନ ଅଧିକାରୀମାନେ ଲୋକଙ୍କ ପାଖରେ ପହଞ୍ଚି ଭୋଟ ଗ୍ରହଣ କରୁଛନ୍ତି। ପୂରା ଦିଲ୍ଲୀରେ ୫,୪୦୬ ଜଣ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ଘରେ ରହି ଭୋଟ ଦେବାର ବ୍ୟବସ୍ଥାକୁ ଆପଣାଇଛନ୍ତି। ଏମାନଙ୍କୁ ଠାରୁ ୨୪ ତାରିଖ ଭିତରେ ନିର୍ବାଚନ ଅଧିକାରୀମାନେ ଭୋଟ ସଂଗ୍ରହ କରିବେ। କାରଣ ମେ' ୨୫ରେ ଦିଲ୍ଲୀର ୭ ଲୋକସଭା ଆସନ ପାଇଁ ସାଧାରଣ ଲୋକମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+