4 ପାକିସ୍ତାନୀ ମତ୍ସ୍ୟଜୀବୀ ଗିରଫ, 10 ବୋଟ ଜବତ
ଭାରତୀୟ ଜଳସୀମାରେ ପାକିସ୍ତାନୀ ବୋଟ । ଗୁଜୁରାଟ କୁଚ ଉପକୂଳରୁ 4 ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି ସୀମା ସୁରକ୍ଷା ବଳ । ସେମାନଙ୍କ ଠାରୁ 10ଟି ମାଛଧରା ବୋଟ ମଧ୍ୟ ଜବତ କରାଯାଇଛି।
ଗାନ୍ଧୀନଗର: ଭାରତୀୟ ଜଳସୀମାରେ ପାକିସ୍ତାନୀ ବୋଟ । ଗୁଜୁରାଟ କୁଚ ଉପକୂଳରୁ 4 ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି ସୀମା ସୁରକ୍ଷା ବଳ । ସେମାନଙ୍କ ଠାରୁ 10ଟି ମାଛଧରା ବୋଟ ମଧ୍ୟ ଜବତ କରାଯାଇଛି।

ବିଏସ୍ଏଫ୍ କହିବା ଅନୁସାରେ,ଗୁଜୁରାଟର କୁଚ୍ ଜିଲ୍ଲା ସୀମାବର୍ତ୍ତୀ ହରାମି ନାଲାର ଅଞ୍ଚଳରେ ଭାରତୀୟ ଅଞ୍ଚଳକୁ ପ୍ରବେଶ କରୁଥିବାବେଳେ ବିଏସ୍ଏଫ୍ ସ୍ୱତନ୍ତ୍ର ଆମ୍ବୁସ୍ ଟିମ୍ ଚାରିଜଣ ପାକିସ୍ତାନୀ ମତ୍ସ୍ୟଜୀବୀଙ୍କୁ ଗିରଫ କରିବା ସହ 10 ବୋଟ ଜବତ କରିଛି । ତେବେ ବାରମ୍ବାର ପାକିସ୍ତାନୀ ମତ୍ସ୍ୟଜୀବୀଙ୍କ ଏପରି ଅନୁପ୍ରବେଶ କରି ମାଛ ଧରିବା ଭାରତୀୟ ସୀମା ସୁରକ୍ଷା ପାଇଁ ମଧ୍ୟ ବିପଦ ସୃଷ୍ଟି କରିବାକୁ ଲାଗିଲାଣି ।












Click it and Unblock the Notifications