ପୋଖରୀକୁ ଖସିଲା କାର୍‌, ଗୋଟିଏ ପରିବାରର ଚାଲିଗଲା ୪ ଜୀବନ

ବିହାରର ଗୟା ଜିଲ୍ଲାରେ ଏକ ପୋଖରୀକୁ କାର ଖସିପଡ଼ି ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ହୋଇଛି। ଶ୍ରାଦ୍ଧ ଭୋଜି ଖାଇ ଫେରୁଥିବା ସମୟରେ ଦକ୍ଷିଣଗାଁ ବ୍ରିଜ୍ ନିକଟରେ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ପୋଲ ପାର ହେବା ସମୟରେ କାର ଚାଳକ ନିୟନ୍ତ୍ରଣ ହରାଇଥିଲେ। ଫଳରେ କାରଟି ପୋଖରୀ ମଧ୍ୟକୁ ଖସିପଡ଼ିଥିଲା।

ଏହି ଦୁର୍ଘଟଣାରେ କାର ଚାଳକର ଜୀବନ ବଞ୍ଚିଯାଇଥିବାବେଳେ ଦୁର୍ଭାଗ୍ୟବଶତଃ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜେସିବି ସାହାଯ୍ୟରେ କାରକୁ ଉଦ୍ଧାର କରିଥିଲା।

road accident

ମୃତକ ଶଶିକାନ୍ତ ଶର୍ମା, ସହୱାଜପୁର ଗ୍ରାମର ଜଣେ କୃଷକ, ତାଙ୍କ ପତ୍ନୀ ରିଙ୍କି ଦେବୀ, ସେମାନଙ୍କର ଦୁଇ ପୁଅ ସୁମିତ ଆନନ୍ଦ ଓ ବାଲକୃଷ୍ଣ ବୋଲି ପରିଚୟ ମିଳିଛି। ଏହି ଦୁର୍ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି । ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ, ପୋଲ ଉପରେ ସଂକୀର୍ଣ୍ଣ ରାସ୍ତା ପାଇଁ ଦୁର୍ଘଟଣା ଘଟିଥାଇ ପରେ। ପୋଲିସ ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+