ଯବାନଙ୍କ ଗୁଳିରେ ଟଳିଲେ ୪ ମାଓବାଦୀ
ସୁରକ୍ଷା ବାହିନୀକୁ ବଡ଼ ସଫଳତା। ମହାରାଷ୍ଟ୍ର ଗଡଚିରୋଲି ଜିଲ୍ଲାରେ ଏନକାଉଣ୍ଟର। ସୁରକ୍ଷାକର୍ମୀଙ୍କ ପାଲଟା ଜବାବରେ ୪ ହାର୍ଡକୋର ମାଓବାଦୀ ନିହତ। ସେପଟେ ଝାଡ଼ଖଣ୍ଡରେ ୨ ହାର୍ଡକୋର୍ ମାଓବାଦୀଙ୍କୁ ଏନକାଉଣ୍ଟର କରାଯାଇଛି। ଲାତେହାରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିହତ ହୋଇଛନ୍ତି। ଦୁଇ ଜଣଙ୍କ ମୁଣ୍ଡ ଉପରେ ୧୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା।
ଏନକାଉଣ୍ଟରରେ ମୋଷ୍ଟ ୱାଣ୍ଟେଡ୍ ପପୁ ଲୋହରା ନିହତ ହୋଇଛି। ଆଉ ଜଣଙ୍କୁ ଆହତ ଅବସ୍ଥାରେ କାବୁ କରାଯାଇଛି। ଘଟଣାସ୍ଥଳରୁ ଗୋଟିଏ ରାଇଫଲ୍ ଜବତ ହୋଇଛି। ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି। ଅପର ପକ୍ଷରେ ଛତିଶଗଡ଼ ବିଜାପୁର ଜିଲ୍ଲାରେ ୨୪ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । CRPF ଡିଆଇଜି ରାକେଶ କୁମାର ବିଜାପୁର ଏସପି ଜିତେନ୍ଦ୍ର ୟାଦବଙ୍କ ସମ୍ମୁଖରେ ଏମାନେ ଆତ୍ମସମର୍ପଣ କରିଛନ୍ତି।

ସୂଚନାନୁଯାୟୀ, ମହାରାଷ୍ଟ୍ର ଓ ଛତିଶଗଡ଼ ସୀମାନ୍ତରେ ମାଓବାଦୀଙ୍କ ଉପସ୍ଥିତି ବିଷୟରେ ମିଳିଥିବା ସୂଚନା ଆଧାରରେ ଗତକାଲି ନେଲଗୁଣ୍ଡା ଓ ଇନ୍ଦ୍ରାବତୀ ଜଙ୍ଗଲରେ ମହାରାଷ୍ଟ୍ରର C-60 ବାହିନୀ ଓ CRPF ପକ୍ଷରୁ କମ୍ବିଂ ଅପରେସନ ଆରମ୍ଭ ହୋଇଥିଲା। ମାଓବାଦୀମାନେ C60 କମାଣ୍ଡୋଙ୍କ ଉପରେ ଅଚାନକ ଗୁଳିଚାଳନା କରିଥିଲେ।
ସୁରକ୍ଷା ବାହିନୀ ଏହାର ପାଲଟା ଜବାବ ଦେଇଥିଲେ। ପ୍ରାୟ ଦୁଇ ଘଣ୍ଟା ଧରି ଗୁଳି ବିନିମୟ ଜାରି ରହିଥିଲା। ପରେ ସୁରକ୍ଷାବାହିନୀ ସର୍ଚ୍ଚ ଅପରେସନ କରିବା ସମୟରେ ୪ ଜଣ ମାଓବାଦୀଙ୍କ ମୃତଦେହ ଠାବ କରିବା ସହ ଗୋଟିଏ ସ୍ୱୟଂଚାଳିତ ସେଲ୍ଫ-ଲୋଡିଂ ରାଇଫଲ୍, ଦୁଇଟି ୩୦୩ ରାଇଫଲ୍ ଏବଂ ଗୋଟିଏ ଭର୍ମର ଉଦ୍ଧାର କରାଯାଇଥିଲା । ଏହା ବ୍ୟତୀତ ଘଟଣାସ୍ଥଳରୁ ୱାକି-ଟକି, କ୍ୟାମ୍ପିଂ ସାମଗ୍ରୀ, ନକ୍ସଲ ସାହିତ୍ୟ ଇତ୍ୟାଦି ଜବତ କରାଯାଇଛି। ଅବଶିଷ୍ଟ ମାଓବାଦୀଙ୍କୁ ଖୋଜିବା ପାଇଁ ଅଞ୍ଚଳରେ ନକ୍ସଲ ବିରୋଧୀ ଅଭିଯାନ ଜାରି ରହିଛି।












Click it and Unblock the Notifications