ଫାଟିଲା ଇନଭର୍ଟର, ମା-ବାପାଙ୍କ ସହ ଦୁଇ ପୁଅ ମୃତ
ନୂଆଦିଲ୍ଲୀ: ଦିଲ୍ଲୀର ପ୍ରେମନଗରରୁ ଏକ ଦୁଖଦ ଖବର ସାମ୍ନାକୁ ଆସିଛି । ଗୋଟିଏ ଘରେ ସ୍ଥାପିତ ଇନଭର୍ଟରରେ ନିଆଁ ଲାଗି ଚାରି ଜଣଙ୍କର ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କର ମୃତ୍ୟୁ ହୋଇଛି । ଯେଉଁଥିରେ ସ୍ୱାମୀ, ସ୍ତ୍ରୀ ଏବଂ ସେମାନଙ୍କର ଦୁଇ ପୁଅ ରହିଛନ୍ତି ।
ସୂଚନା ଅନୁଯାୟୀ, ନିଆଁ ଲାଗିବା ପରେ ଧୂଆଁ ଏତେ ବ୍ୟାପି ଯାଇଥିଲା ଯେ ସେମନେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ବରଣ କରିଥିଲେ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି । ମିଳଥିବା ସୂଚନା ଅନୁସାରେ ରାତି ପ୍ରାୟ ସାଢ଼େ ୩ଟା ସମୟରେ ଘରେ ନିଆଁ ଲାଗିଥିବା ଜଣାପଡ଼ିଥିଲା । ସୂଚନା ପାଇ ଅଗ୍ନିଶମ ବାହିନୀର ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା ।

ଦିଲ୍ଲୀ ଅଗ୍ନିଣମ ଅଧିକାରୀଙ୍କ ସୂଚନା ମୁତାବକ, ନିଆଁକୁ ଆୟତ୍ତ କରାଯାଇଛି । ଏହି ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ଇନ୍ଭର୍ଟରରୁ ଘରେ ନିଆଁ ଲାଗିଥିବା ଜଣାପଡ଼ୁଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।












Click it and Unblock the Notifications