ଔଷଧ କମ୍ପାନୀରେ ବିସ୍ଫୋରଣ, ୪ ମୃତ ୧୮ ଗୁରୁତର

ଆନ୍ଧ୍ରପ୍ରଦେଶର ଆନାକାପଲ୍ଲେସ୍ଥିତ ଏକ ରିଏକ୍ଟର ଫାର୍ମା ୟୁନିଟରେ ବୁଧବାର ଅପରାହ୍ନରେ ବିସ୍ଫୋରଣ ଘଟି 4 ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ସୂଚନା ଅନୁସାରେ ଆଜି ମଧ୍ୟାହ୍ନ ଆନ୍ଧ୍ରପ୍ରଦେଶ ଅଚ୍ୟୁତପୁରମ ସ୍ପେଶାଲ ଇକୋନୋମିକ ଜୋନରେ ଥିବା ଏସେନ୍ସିଆ ଫାର୍ମା କମ୍ପାନୀରେ ଏହି ବିସ୍ଫୋରଣ ଘଟିଛି।

4 Killed Several Injured In Explosion At Andhra

ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଏନଟିଆର ହସ୍ପିଟାଲରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ଚିକିତ୍ସା ଜାରି ରହିଛି । ତେବେ ୧୮ ଜଣ ଗୁରୁତରଙ୍କ ମଧ୍ୟରେ ତିନି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି ।ଅନାକାପଲ୍ଲେ ଓ ଆଖପାଖ ଅଞ୍ଚଳରୁ ଶତାଧିକ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଧିକାରୀମାନେ କହିଛନ୍ତି ଯେ ସମଗ୍ର ଅଞ୍ଚଳ ଘନ ଧୂଆଁରେ ଭର୍ତ୍ତି ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି। ଏହି କମ୍ପାନୀ ୧୦୦୦ରୁ ଅଧିକ କର୍ମଚାରୀଙ୍କୁ ନିଯୁକ୍ତି ଦେଇଥାଏ ଏବଂ ଏହା ଏସଇଜେଡର ଏକ ବୃହତ୍ତମ ଫାର୍ମା କମ୍ପାନୀ ଅଟେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+