ଜମ୍ମୁ କଶ୍ମୀରର ବାରମୁଲାରେ ଭୟଙ୍କର ବିସ୍ଫୋରଣ, ଗଲା ୪ ଜୀବନ
ଜମ୍ମୁ କଶ୍ମୀର: ଜମ୍ମୁ କଶ୍ମୀରର ବାରମୁଲା ଜିଲ୍ଲାର ସୋପୋର ଅଞ୍ଚଳରେ ଆଜି ଭୟଙ୍କର ବିସ୍ଫୋରଣ ଘଟି ୪ ଜଣଙ୍କ ମୃତ୍ୟୁ ଘଟିଛି । ଶେର କଲୋନୀରେ ଜଣେ ସ୍କ୍ରାପ୍ ଡିଲର ଏକ ଟ୍ରକ୍ରୁ ସାମଗ୍ରୀ ଉଠାଉଥିବା ବେଳେ ଏହି ଘଟଣା ଘଟିଛି । ପୁଲିସ ଘଟଣାର ତଦନ୍ତ ଚଳାଇଛି । ସୁଚନାନୁସାରେ , ସୋପୋରରେ ଏକ ବିସ୍ଫୋରଣ ହେବା ଯୋଗୁଁ ୪ ଜଣଙ୍କର ମୃତ୍ୟୁ ହୋଇଥିଲା ।
ବିସ୍ଫୋରଣରେ ଜଣେ ଆହତ ହୋଇଥିବା ଜଣାପଡିଛି । ବାରାମୁଲା ଜିଲ୍ଲାର ସୋପୋର ଅଞ୍ଚଳ ଶେର କଲୋନୀରେ ଏକ କବାଡିଆ ଦୋକାନ ଭିତରେ ହୋଇଥିଲା । ଘଟଣା ସମୟରେ କିଛି ଲୋକ ଟ୍ରକରୁ କବାଡିଆ ଜିନିଷ ବାହାର କରୁଥିବା ବେଳେ ବିସ୍ଫୋରଣ ହୋଇଥିଲା । ୨ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ହସପିଟାଲରେ ଜୀବନ ହାରିଛନ୍ତି ।

ଭୟଙ୍କର ବିସ୍ଫୋରଣରେ ମୃତକଙ୍କ ପରିଚୟ ମିଳିଛି । ନଜିର ଅହମଦ ନାଦରୁ(୪୦), ଆଜମି ଅଶରଫ ମୀର(୨୦), ଆଦିଲ ରାଶିଦ ଭଟ (୨୩), ମୋହମଦ ଅଜହର(୨୫) । ସମସ୍ତ ପୀଡିତ ଶେର କଲୋନୀର ବୋଲି ଜଣାପଡିଛି । ତେବେ ବିସ୍ଫୋରଣ କେମିତି ହେଲା ତା'ର ଯାଞ୍ଚ କରୁଛି ଏକ ଟିମ୍ ।












Click it and Unblock the Notifications