ବାଣ କାରଖାନାରେ ବିସ୍ଫୋରଣ, ୪ମୃତ
ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ବାଣ କାରଖାନାରେ ବିସ୍ଫୋରଣ । ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ଲକ୍ଷ୍ନୌର ଗୁଡାମ୍ବା ଅଞ୍ଚଳର ବେହଟା ଗାଁରେ ଥିବା ଏକ ବାଣ କାରଖାନାରେ ଏହି ବିସ୍ଫୋରଣ ଘଟିଛି । ୪ ଜଣଙ୍କ ମୃତ୍ୟୁ ସହିତ, ଅନେକ ଲୋକ ଆହତ ହୋଇଥିବା ସୂଚନା ମଧ୍ୟ ମିଳିଛି। ଅନେକ ଲୋକ ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ଆଗକୁ ବଢିପାରେ ମୃତ୍ୟୁ ସଂଖ୍ୟା । ତେବେ ଦୁଃଖ ଓ ପରିତାପର ବିଷୟ ସମସ୍ତ ମୃତକ ଗୋଟିଏ ପରିବାରର ।
ଦୁର୍ଘଟଣାରେ ମୃତକଙ୍କ ନାମ ବାଣ ବ୍ୟବସାୟୀ ଆଲମ, ଆଲମଙ୍କ ସ୍ତ୍ରୀ ଏବଂ ଆଲମଙ୍କ ଦୁଇ ପୁଅ ବୋଲି ଚିହ୍ନଟ କରାଯାଇଛି । ଦୁର୍ଘଟଣାରେ ତାଙ୍କ ପରିବାରର ଚାରି ଜଣଙ୍କର ଏକତ୍ର ମୃତ୍ୟୁ ହୋଇଛି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଏବଂ ଅଗ୍ନିଶମ ବିଭାଗ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି । ଲୋକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି। ଅନେକଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏହି ବାଣ କାରଖାନା ଦୀର୍ଘ ଦିନ ଧରି ଗାଁରେ ଚାଲୁଥିଲା । ପୂର୍ବରୁ ମଧ୍ୟ ଏଠାରେ ସୁରକ୍ଷା ନେଇ ଚିନ୍ତା ପ୍ରକାଶ ପାଇଥିଲା।












Click it and Unblock the Notifications