ଓଲଟିଲା ଗାଡ଼ି, ଚାଲିଗଲା ୪ ଜୀବନ
ବିହାର ବେଗୁସରାଇରେ ଘଟିଛି ମର୍ମନ୍ତୁଦ ଦୁଘର୍ଟଣା । ତୀବ୍ର ଗତିରେ ଥିବା ସ୍କର୍ପିଓ ଡିଭାଇଡର ସହ ଧକ୍କା ହୋଇ ଓଲଟି ପଡିଛି । ଏହି ଦୁର୍ଘଟଣାରେ ୪ ଜଣ ପ୍ରାଣ ହରାଇଥିବା ବେଳେ ଆଉ ୫ ଜଣ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ବିବାହରୁ ଉତ୍ସବରୁ ଫେରୁଥିବା ସମୟରେ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଥିବାର ଜଣାପଡିଛି । ତୀବ୍ର ଗତିରେ ଆସୁଥିବା ସ୍କର୍ପିଓ ଡିଭାଇଡର ସହ ଧକ୍କା ହୋଇ NH 31ରେ ଓଲଟି ପଡିଛି ।

ଏହି ଦୁର୍ଘଟଣାସ୍ଥଳରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୫ ଜଣ ଆହତ ହୋଇଛନ୍ତି । ୫ ଜଣ ଆହତଙ୍କୁ ଚିକିତ୍ସା ପାଇଁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ନଗର ଥାନା ଅନ୍ତର୍ଗତ ଖତୋପୁର ଛକ ନିକଟର NH 31ରେ ଦୁର୍ଘଟଣା ହୋଇଥିବାରର ଜଣାପଡିଛି । ବିବାହ ଉତ୍ସବରୁ ଫେରୁଥିବା ସମୟରେ ସ୍କର୍ପିଓ ଗାଡିଟି ପମ୍ପଚର ହୋଇଯାଇଥିଲା । ଫଳରେ ଦୁର୍ଘଟଣାର ଶିକାର ହୋଇଥିବା ଆଶଙ୍କା କରାଯାଉଛି ।












Click it and Unblock the Notifications