ଭୟଙ୍କର ସଡ଼କ ଦୁର୍ଘଟଣା, ୧୫୦୦ ଫୁଟ୍ ଖାଇକୁ ଖସିଲା ଯାତ୍ରୀବାହୀ ବସ୍, ୪ ମୃତ
ବୁଧବାର ଉତ୍ତରାଖଣ୍ଡର ଭୀମତାଲ ସହର ନିକଟରେ ଏକ ବସ୍ ଖାତକୁ ଖସିଯିବା ପରେ ୪ଜଣଙ୍କର ମୃତ୍ୟୁ ଘଟିଥିବା ସାମ୍ନାକୁ ଆସିଛି | ଏହା ସହ ଏହି ଦୁର୍ଘଟଣାରେ ୨୪ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଘଟଣାସ୍ଥଳକୁ ଅଗ୍ନିଶମ ବିଭାଗ, SDRF ଏବଂ NDRF ଟିମକୁ ପଠାଯାଇଛି । ଦୁର୍ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି ।
ପୋଲିସ ଟିମ୍ ସ୍ଥାନୀୟ ପ୍ରଶାସନ ସହ ମିଶି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛି । କୁହାଯାଉଛି ଯେ ଦୁର୍ଘଟଣାର ଶିକାର ହୋଇଥିବା ବସ୍ ଭୀମତାଲରୁ ହଲଦୱାନି ଯାଉଥିଲା । ଏହି ସମୟ ମଧ୍ୟରେ ଭୀମତାଲ ଆମଡଲି ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ସେପଟେ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଦୁଃଖ ପ୍ରକାଶ କରିବା ସହ ଆହତ ଯାତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏହା ସହ ଏକ୍ସରେ ପୋଷ୍ଟ କରି ସେ କହିଛନ୍ତି ଭୀମତାଲ ନିକଟରେ ହୋଇଥିବା ବସ୍ ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦ।

ସ୍ଥାନୀୟ ପ୍ରଶାସନ ତ୍ବରିତ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବାକୁ କୁହାଯାଇଛି। ସେହିଭଳି ଦୁର୍ଘଟଣାକୁ ପୋଲିସ ତରଫରୁ ବିବୃତ୍ତି ଦିଆଯାଇଛି। ନୈନୀତାଲର ଏସଏସପି ପ୍ରହଲାଦ ମୀନା କହିଛନ୍ତି ନୈନୀତାଲର ଭୀମତାଲରେ ରୋଡଓ୍ବେଜ ବସ୍ ଖାଇରେ ଖସିବା କାରଣରୁ ଅନେକ ଆହତ ହୋଇଛନ୍ତି। ଉଦ୍ଧାରକାରୀ ଦଳ ଘଟଣାସ୍ଥଳକୁ ପଠାଯାଉଛି।
ମିଳିଥିବା ସୂଚନା ଅନୁଯାୟୀ, ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ସମ୍ଭାବ୍ୟ ପ୍ରୟାସ ମଧ୍ୟ କରାଯାଉଛି । ବସରେ ପାଖାପାଖି ୨୫ ଜଣ ଯାତ୍ରୀ ଥିଲେ ।












Click it and Unblock the Notifications