Get Updates
Get notified of breaking news, exclusive insights, and must-see stories!

ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା: ଚାଲିଗଲା ୪ ଜୀବନ,୧୭ ଆହତ

ତେଲେଙ୍ଗାନା ବିକାରାବାଦ ଜିଲ୍ଲାର ପାରିଗି ପୁଲିସ ଷ୍ଟେସନ ନିକଟ ରଙ୍ଗପୁରର ବିଜାପୁର-ହାଇଦ୍ରାବାଦ ହାଇୱେରେ ମଙ୍ଗଳବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୭ ଜଣ ଆହତ ହୋଇଛନ୍ତି ।ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଛି । ତେଲେଙ୍ଗାନାର ପାରିଗି ପୋଲିସ ଷ୍ଟେସନ ନିକଟରେ ଥିବା ରଙ୍ଗପୁରର ବିଜାପୁର-ହାଇଦ୍ରାବାଦ ହାଇୱେରେ ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣା ଦେଖିବାକୁ ମିଳିଛି । ରେଡ୍ଡୀ ଜିଲ୍ଲା ଚେନଭିଲ ଗାଁର ଲୋକଙ୍କୁ ବସଟି ପାରିଗିକୁ ନେଇ ଯାଇଥିଲା । ଫେରିବାବେଳେ ବସଟି ରାସ୍ତା କଡରେ ଠିଆ ହୋଇଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲା ।

accident

ଅନ୍ୟପଟେ ୩ ଜଣ ଆହତଙ୍କୁ ହସ୍ପିଟାଲ କୁ ନେବାବେଳେ ବାଟରେ ସେମାନଙ୍କର ମୃତ୍ୟୁ ହୋଇଥିଲା । ଆହତ ହୋଇଥିବା ୧୭ଜଣଙ୍କ ମଧ୍ୟରୁ ୬ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି । ସେମାନଙ୍କ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହା ସହିତ ମୃତକଙ୍କ ପୋଷ୍ଟମର୍ଟମ ପାଇଁ ସରକାରୀ ହସ୍ପିଟାଲକୁ ପଠାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+