ଓଲଟିଲା ଟ୍ରାକ୍ଟର, ଚାଲିଗଲା ୪ ନାବାଳକ ସମେତ ୫ ଜୀବନ
ଭୋପାଳ: ମଧ୍ୟପ୍ରଦେଶର ଜବଲପୁରରୁ ଏକ ବଡ଼ ଘଟଣା ସାମ୍ନାକୁ ଆସିଛି । ଦ୍ରୁତ ଗତିରେ ଆସୁଥିବା ଟ୍ରାକ୍ଟର ଓଲଟି ପଡ଼ିବାରୁ ୫ ଜଣଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ଚାରିଜଣ ନାବାଳକ ଏବଂ ଜଣେ ୧୮ ବର୍ଷ ବୟସ୍କ ଯୁବକ ରହିଛନ୍ତି । ସୂଚନାନୁସାରେ, ଏହି ଘଟଣା ଜବଲପୁରର ଚାର୍ଜୱାନ ପୋଲିସ ଷ୍ଟେସନ ଅନ୍ତର୍ଗତ ଟିନେଟା ଗ୍ରାମରେ ଘଟିଛି ।
ଏହି ଦୁର୍ଘଟଣାରେ ଦୁଇ ଶିଶୁ ମଧ୍ୟ ଆହତ ହୋଇଛନ୍ତି । ଦ୍ରୁତ ଗତିରେ ଟ୍ରାକ୍ଟର ଚାଳନା ହେତୁ ଏହି ଦୁର୍ଘଟଣା ଘଟିଛି ବୋଲି ଜଣାପଡିଛି । ଏହାପରେ ସଭିଏଁ ଟ୍ରାକ୍ଟର ତଳେ ଚାପି ହୋଇ ଯାଇଥିଲେ । ଦୁର୍ଘଟଣା ପରେ ପୁଲିସ ପହଞ୍ଚି ସମସ୍ତ ମୃତାହତଙ୍କୁ ଉଦ୍ଧାର କରିବା ସହ ମେଡିକାଲରେ ଭର୍ତ୍ତି କରିଛି ।

ଜିଲା ପ୍ରଶାସନ ପକ୍ଷରୁ ମୃତକ ପରିଜନଙ୍କୁ ୫୦,୦୦୦ ଟଙ୍କା ଏବଂ ଆହତଙ୍କୁ ୧୦ ହଜାର ଟଙ୍କା ଲେଖାଏ ଆର୍ôଥକ ସହାୟତା ଘୋଷଣା କରାଯାଇଛି । ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଦୁର୍ଘଟଣାରେ ଆହତଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେବା ସହିତ ଆଶୁ ଆରୋଗ୍ୟ କାମନା କରିଛନ୍ତି ।












Click it and Unblock the Notifications