ତିରୁପତି ଲଡୁ ବିବାଦ: ୪ ଘଣ୍ଟା ଧରି ହେଲା ମନ୍ଦିରର ଶୁଦ୍ଧିକରଣ, ହୋମ ଯଜ୍ଞ କରି ମାଗିଲେ କ୍ଷମା
Tirupati Laddu Controversy: ତିରୁପତି ମନ୍ଦିରର ପ୍ରସାଦ 'ଲଡୁ'ରେ ପଶୁ ଚର୍ବି ବ୍ୟବହାରକୁ ନେଇ ସାରା ଦେଶରେ ଭକ୍ତ ଏବଂ ସାଧୁ ସମ୍ପ୍ରଦାୟ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଦେଶର ଅନେକ ମନ୍ଦିର ବର୍ତ୍ତମାନ ବାହାର ପ୍ରସାଦ ଭଗବାନଙ୍କ ନିକଟକୁ ଆଣିବାକୁ ବାରଣ କରିଛନ୍ତି। ତିରୁପତି ଲଡୁ ବିବାଦକୁ ନେଇ ଉତ୍ତେଜନା ମଧ୍ୟରେ ସୋମବାର ସେପ୍ଟେମ୍ବର 23 ତିରୁମାଲା ମନ୍ଦିରରେ ଏକ ଶୁଦ୍ଧିକରଣ ରୀତିନୀତି କରାଯାଇଥିଲା। ମନ୍ତ୍ର ଜପ କରାଯିବା ସହ ଭଗବାନ ଭେଙ୍କଟେଶ୍ଵର ସ୍ଵାମୀଙ୍କ ଠାରୁ କ୍ଷମା ପ୍ରାର୍ଥନା କରାଯାଇଛି ।

ମନ୍ଦିର ପକ୍ଷରୁ ମିଳିଥିୂବା ସୂଚନା ଅନୁସାରେ, ତିରୁପତି ମନ୍ଦିରର ଶୁଦ୍ଧିକରଣ ପୂଜା 4 ଘଣ୍ଟା ଧରି କରାଯାଇଥିଲା । ପ୍ରସାଦ ଭାବରେ ଦିଆଯାଇଥିବା ଲଡୁରେ ପଶୁ ଚର୍ବି ମିଳିଥିବା ନେଇ ବିବାଦ ପରେ ତିରୁମାଲା ତିରୁପତି ଦେବସ୍ଥାନମ୍ ଏହି ମହା ଶାନ୍ତି ହୋମର ଆୟୋଜନ କରିଥିଲେ। ମନ୍ଦିର ପୁରୋହିତମାନଙ୍କ ସହିତ ଟିଟିଡି ଅଧିକାରୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।
#WATCH | Andhra Pradesh: TTD (Tirumala Tirupati Devasthanams) organised a Maha Shanti Homam in the wake of Laddu Prasadam row.
Executive officer of Tirumala Tirupathi Devastanam (TTD) Shamala Rao and other officials of the Board participated in the Homamam along with the… pic.twitter.com/Gkh7JFeljT
— ANI (@ANI) September 23, 2024
ତିରୁମାଲା ମନ୍ଦିରର ଶୁଦ୍ଧତା ପାଇଁ ଶାନ୍ତି ହୋମ ପୂଜା ସକାଳ 6 ଟାରୁ 10 ଟା ପର୍ଯ୍ୟନ୍ତ ଚାଲିଥିଲା । ଟିଟିଡି ଅନୁଯାୟୀ, ଏହି ରୀତିନୀତିର ଉଦ୍ଦେଶ୍ୟ ଥିଲା ତିରୁପତିଙ୍କ ପ୍ରସାଦରେ ପଶୁ ଚର୍ବି ମିଶ୍ରଣ ଭଳି ଅଶୁଦ୍ଧ କୁ ଶୁଦ୍ଧ କରିବା ।
ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ରବିବାର YSRCP ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଅଭିଯୋଗ କରିଛନ୍ତି ଯେ ପୂର୍ବ ଜଗନ୍ ମୋହନ ରେଡ୍ଡୀ ସରକାର ସମୟରେ ଟିଟିଡି ଦ୍ୱାରା ଘି କିଣିବା ପାଇଁ ଅନେକ ପ୍ରକ୍ରିୟା ବଦଳାଯାଇଥିଲା । ଏହି ଘଟଣାର ଅନୁସନ୍ଧାନ ପାଇଁ ସିଏମ ନାଇଡୁ ମଧ୍ୟ ଏସଆଇଟି ଗଠନ ପାଇଁ ଘୋଷଣା କରିଛନ୍ତି। ଏଥିସହ ତିରୁପତି ଲଡୁ ବିବାଦ ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ପିଟିସନ ମଧ୍ୟ ଦାଖଲ କରାଯାଇଛି।












Click it and Unblock the Notifications