ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା: ବନ୍ୟାରେ ଭାସିଗଲା ଘର
ଉତ୍ତରାଖଣ୍ଡର ଉତ୍ତରକାଶୀରେ ମଙ୍ଗଳବାର ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି । ପାହାଡିଆ ଅଞ୍ଚଳରେ ବାଦଲଫଟା ବର୍ଷା କାରଣରୁ ଭୂସ୍ଖଳନ ସହ ଧସିଲା ପାହାଡ । ପାଣି ମାଡି ଆସିବା ଫଳରେ କିଛି ଲୋକେ ଭାସି ଯାଇଥିବା ସୂଚନା ମିଳିଛି । ଗଙ୍ଗୋତ୍ରୀ ଧାମ ଓ ମୁଖବା ନିକଟରେ ସ୍ଥିତ ଧରାଲୀ ଗାଁରେ ବାଦଲ ଫଟା ବର୍ଷା ପରେ ପାଣି ମାଡି ଆସିଛି । ପାଣି ଖୁବ୍ ଜୋରରେ ମାଡି ଆସିବାରୁ ତଳିଆ ଅଞ୍ଚଳକୁ ଭସାଇ ନେଇଥିବା ଖବର ମିଳିଛି । ଅନେକ ଘର ଏଥିରେ କ୍ଷତିଗ୍ରସ୍ତ ହେବା ସହ କିଛି ଲୋକେ ଭାସି ଯାଇଛନ୍ତି । ଘଟଣା ଉପରେ ନଜର ରଖାଯିବା ସହ ସତର୍କ ସୂଚନା ଜାରି କରାଯାଇଛି । ଏଯାଏଁ ଜୀବନହାନୀ ନେଇ କୌଣସି ସୂଚନା ମିଳି ନାହିଁ ।

ପ୍ରଭାବିତ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ଉତ୍ତରାଖଣ୍ଡ ଓ ହିମାଚଳପ୍ରଦେଶ ଭଳି ପାହାଡିଆ ରାଜ୍ୟରେ ପ୍ରବଳ ବର୍ଷା ଓ ବାଦଲଫଟା ବର୍ଷାର ଅନେକ ଘଟଣା ସାମ୍ନାକୁ ଆସୁଛି । ଏହି କାରଣରୁ ଅନେକ ଲୋକଙ୍କ ଜୀବନହାନୀ ସହ ଅନେକ ଘର କ୍ଷତିଗ୍ରସ୍ତ ହୋଇଛି।












Click it and Unblock the Notifications