ଆନ୍ଧ୍ରରେ ଟ୍ରକକୁ ପିଟିଲା ଆମ୍ବୁଲାନ୍ସ, ୪ ଓଡ଼ିଆ ମୃତ
Accident News: ଆନ୍ଦ୍ରପ୍ରଦେଶ ଚିତ୍ତରରେ ଭୟଙ୍କର ସଡ଼କ ଦୁର୍ଘଟଣା । ଚିତ୍ତର ଜିଲ୍ଲା ତାଭନମାପାଲେ ମଣ୍ତଳରେ ଏକ ମାଲ୍ ବୋଝେଇ ଟ୍ରକ୍ ସହ ଏକ ଆମ୍ବୁଲାନ୍ସ ଧକ୍ସ ହେବାରୁ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ସେହିପରି ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ଆଗତ ହୋଇଛନ୍ତି । ଖବର ଅନୁସାରେ, ସମସ୍ତ ମୃତକ ଓଡ଼ିଆ ବୋଲି ଜଣାପଡିଛି ।

ସମସ୍ତ ମୃତକଙ୍କ ପରିଚୟ ମିଳିଛି । ମୃତକ ହେଲେ ଉମେଶ ଚନ୍ଦ୍ର ସାହୁ, ତ୍ରିଲୋଚନ ନାୟକ, ରଶ୍ମିକା ସାହୁ ଏବଂ ବିଜୟ ନାୟକ । ଖବର ଅନୁସାରେ, ଉମେଶ ଚନ୍ଦ୍ର ସାହୁ ରୋଗରେ ପୀଡିତ ଥିଲେ, ଚିକିତ୍ସା ପାଇଁ ତାଙ୍କୁ ବେଙ୍ଗାଲୁରୁର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା । ସେ ସୁସ୍ଥ ହେବାପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ଅଣଯାଉଥିଲା ।
ହେଲେ ଚିତ୍ତର ଜିଲ୍ଲା ଗୁଣ୍ତାଲାପଲ୍ଲୀ ନିକଟ ଜାତୀୟ ରାଜପଥ ପାର୍ଶ୍ୱରେ ଛିଡା ହୋଇଥିବା ଏକ ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲା ଆମ୍ବୁଲାନ୍ସଟି ଫଳରେ ଘଟଣାସ୍ଥଳରେ ରୋଗୀ ସାହୁଙ୍କ ସମେତ ୪ ଜଣଙ୍କର ମୃତ୍ୟୁ ହୋଇଥିଲା । ୪ ଜଣ ଗୁରୁତର ଆହତ ହୋଇଛନ୍ତି, ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କ ମଧ୍ୟ ୨ ଓଡ଼ିଆ ୨ ଅଣଓଡ଼ିଆ ଅଛନ୍ତି ।












Click it and Unblock the Notifications