ବିଲ୍ଡିଂର ଲିଫ୍ଟ ଭୁଶୁଡ଼ି ୪ ମୃତ, ୪ ଆହତ: ଜାଣନ୍ତୁ କେଉଁ ସହରରେ ଏହି ଦୁଃଖଦ ଘଟଣା ଘଟିଛି
Amrapali Lift Accident: ନିର୍ମାଣାଧୀନ ବିଲ୍ଡିଂର ଲିଫ୍ଟ ଭୁଶୁଡ଼ି ୪ ଜଣଙ୍କ ମୃତ୍ୟୁ । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏଭଳି ଘଟଣା ଗ୍ରେଟର ନୋଏଡାରେ ଘଟିଛି । ଯାହାପରେ ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି ହୋଇଛି ।
ସୂଚନାନୁସାରେ, ଶୁକ୍ରବାର ସକାଳେ ବିସରଖ ପୋଲିସ ଷ୍ଟେସନ ପରିସରର ଗୌର ସିଟି ନିକଟରେ ଏହି ଦୁଃଖଦ ଘଟଣା ଘଟିଛି, ଯେଉଁଠାରେ ଅମ୍ରାପାଲି ବିଲଡର୍ସଙ୍କ ଦ୍ୱାରା ଏକ କୋଠା ନିର୍ମାଣ କାର୍ଯ୍ୟ ଜାରି ଥିଲା । ଅମ୍ରାପାଲି ଡ୍ରିମ୍ ଭ୍ୟାଲି ପ୍ରୋଜେକ୍ଟରେ ଏହି ଦୁର୍ଘଟଣାରେ କିଛି ଲୋକ ଆହତ ମଧ୍ୟ ହୋଇଛନ୍ତି । ଯେଉଁ ମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ଚିକିତ୍ସା ଜାରି ରହିଛି । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।

ଅନ୍ୟ ଚାରି ଜଣଙ୍କ ଅବସ୍ଥା ଗୁରୁତର। ଡିଏମ ମନୀଷ ଧର୍ମେନ୍ଦ୍ର କହିଛନ୍ତି ଯେ ଲିଫ୍ଟ ଖସିଯିବା କାରଣରୁ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଚାରି ଜଣଙ୍କୁ ଅବସ୍ଥା ଗୁରୁତର ଅଛି । ସମସ୍ତ ଆହତଙ୍କୁ ସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ସେମାନଙ୍କର ଚିକିତ୍ସା ଜାରି ରହିଛି ।
ନଗର ଡାକ୍ତରଖାନାରେ ଏକ ପ୍ରଶାସନିକ ଦଳ ମଧ୍ୟ ଉପସ୍ଥିତ ଅଛନ୍ତି। ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ଏବଂ ଆହତଙ୍କ ଚିକିତ୍ସା ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଉଛି ଏବଂ ଘଟଣାର ତଦନ୍ତ ମଧ୍ୟ ଜାରି ରହିଛି ବୋଲି ସୂଚନା ରହିଛି ।
ସୂଚନାଥାଉ ଯେ, ନିକଟରେ ଏପରି ଏକ ଘଟଣା ମହାରାଷ୍ଟ୍ରରେ ମଧ୍ୟ ଦେଖିବା ପାଇଁ ମିଳିଥିଲା । ମୁମ୍ବାଇ ଥାଣେ ବାଲକୁମ ପଡ଼ାରେ ସ୍ଥିତ ଗୋଟିଏ ୪୦ ମହଲା ବିଶିଷ୍ଟ ବିଲଡିଂରେ ଲାଗିଥିବା ଲିଫ୍ଟ୍ ହଠାତ୍ ଭୁଶୁଡି ପଡିଥିଲା । ରୁନୱାଲ ଇରିନେ ବିଲଡିଂରେ ଘଟିଥିବା ଏହି ଲିପ୍ଟ ଦୁର୍ଘଟଣାରେ ୬ ଜଣଙ୍କ
ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଥିଲେ । ତେବେ ଲିଫ୍ଟଟି ଛିଣ୍ତିଥିଲା ନା ଭୁଶୁଡିଥିଲା ସେନେଇ କୌଣସି ସୂଚନା ନାହିଁ । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।












Click it and Unblock the Notifications