Get Updates
Get notified of breaking news, exclusive insights, and must-see stories!

ମୁହାଁମୁହିଁ ଧକ୍କା କାର୍ -ମିନିବସ୍ , ୪ ମୃତ

ଉତ୍ତର ପ୍ରଦେଶର ଆଲିଗଡ଼ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅକରାବାଦ ଥାନା ଅର୍ନ୍ତଗତ ଜାତୀୟ ରାଜପଥ ୯୧ରେ କାର୍ ଏବଂ ମିନିବସ୍ ମୁହାଁମୁହିଁ ଧକ୍କା ହୋଇଛନ୍ତି । ଫଳରେ ଉଭୟ ଗାଡ଼ି ମଧ୍ୟରେ ଭୟଙ୍କର ନିଆଁ ଲାଗି ଯାଇଥିଲା । ଦୁର୍ଘଟଣାରେ ପିଲାମାନଙ୍କ ସମେତ ଚାରି ଜଣ ଜଳିଯାଇଛନ୍ତି । ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି ।

accident

ଖବର ମୁତାବକ, ସୋମବାର ସକାଳ ପ୍ରାୟ ୬ଟା ସମୟରେ ଅଲିଗଡ଼ ସହରରୁ ପ୍ରାୟ ୨୦-୨୫ କିଲୋମିଟର ଦୂରରେ ଅକରାବାଦ ପୋଲିସ ଷ୍ଟେସନ ଅଧୀନରେ ଥିବା ଜାତୀୟ ରାଜପଥ ନାନଉ ସେତୁ ନିକଟରେ ଦୁର୍ଘଟଣା ଘଟିଥିଲା । ଗାଡ଼ି ଦୁଇଠି ମୁହାଁମୁହିଁ ଧକ୍କା ପରେ ଇନ୍ଧନ ଟାଙ୍କି ଫାଟି ଯାଇଥିଲା । ଯେଉଁଥିପାଇଁ ଗାଡ଼ିରେ ନିଆଁ ଲାଗିଯାଇଥିଲା । ନିଆଁ ଦ୍ରୁତ ଗତିରେ ବ୍ୟାପିବାରୁ ଗାଡ଼ି ଭିତରେ ଫସି ରହିଥିବା ଲୋକମାନେ ଖସିଯିବାର ସୁଯୋଗ ପାଇନଥିଲେ ।

ତେବେ କାରରେ ଥିବା ପରିବାର, ମହିଳା ଏବଂ ପିଲାମାନେ ମନ୍ଦିର ଦର୍ଶନରୁ ଫେରୁଥିଲେ । ଚାରିଟି ମୃତଦେହ ଗୁରୁତର ଭାବରେ ପୋଡ଼ି ଯାଇଥିଲା, ଯାହା ଫଳରେ ଚିହ୍ନଟ କରିବା କଷ୍ଟକର ହୋଇପଡୁଥିଲା । ସମସ୍ତେ ଗୋଟିଏ ପରିବାରର ସଦସ୍ୟ ବୋଲି ଜଣାପଡିଛି । ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+