ନାବାଳିକାଙ୍କୁ ଗଣ ଦୁଷ୍କର୍ମ ମାମଲା: ୪ ଗିରଫ
ସମ୍ୱଲପୁର: ସମ୍ୱଲପୁର ଜିଲ୍ଲାରେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ମାମଲା । ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଗିରଫ ଅଭିଯୁକ୍ତଙ୍କ ଭିତରେ ଦୁଇ ଜଣ ସୁନ୍ଦରଗଡ ଜିଲ୍ଲା ଗୁରୁଣ୍ଡିଆ ଥାନା ନୂଆପାଲି ଗାଁର ଅନୀଲ ମିଞ୍ଜ ଓ କୁତ୍ରା ଥାନା କର୍ମାବାହାଲ ଗ୍ରାମ ସରୋଜ ଏକ୍କା ଏବଂ ଅନ୍ୟ ଦୁଇ ଜଣ ମହୁଲପାଲି ଥାନା ବିଲୁଙ୍ଗ ଗାଁର ଜିତେନ୍ଦ୍ର ଭଞ୍ଜ ଓ ଦୁମକୁ ଗାଁର ଗୋବିନ୍ଦ ଏକ୍କା ବୋଲି ଜଣାପଡିଛି .
ଗତ ୩୦ ତାରିଖରେ ନାବାଳିକା ନିଜ ସମ୍ପର୍କୀ ଭାଇଙ୍କ ସହିତ ସମ୍ୱଲପୁର ଜିଲ୍ଲା ରଙ୍ଗବତୀ ବିଲୁଙ୍ଗ ଗାଁରେ ଆୟୋଜିତ ଯାତ୍ରା ଦେଖିବାକୁ ଯାଇଥିଲେ। ସେଠାରେ କିଛି ଯୁବକଙ୍କ ସହିତ ନାବାଳିକାଙ୍କ ଭାଇଙ୍କର କଥା କଟାକଟି ହୋଇଥିଲା। ବୁଝାସୁଝା ପରେ ବିବାଦ ସମାଧାନ ହୋଇଥିଲା। ଯାତ୍ରା ଦେଖିବା ପରେ ରାତିରେ ନାବାଳିକା ତାଙ୍କ ସମ୍ପର୍କୀୟ ଭାଇଙ୍କ ସହିତ ଘରକୁ ଫେରୁଥିଲେ।

ଠିକ୍ ସେତିକି ବେଳେ ବିଚ୍ ରାସ୍ତାରୁ ନାବାଳିକାଙ୍କୁ ୪ ଅଭିଯୁକ୍ତ ଟେକି ନେଇ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ପୀଡ଼ିତା ଏନେଇ ମହୁଲପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ୍ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ଭିତରେ ଦୁଇ ଜଣ ସୁନ୍ଦରଗଡ ଜିଲ୍ଲା ଗୁରୁଣ୍ଡିଆ ଥାନା ନୂଆପାଲି ଗାଁର ଅନୀଲ ମିଞ୍ଜ ଓ କୁତ୍ରା ଥାନା କର୍ମାବାହାଲ ଗ୍ରାମ ସରୋଜ ଏକ୍କା ଏବଂ ଅନ୍ୟ ଦୁଇ ଜଣ ମହୁଲପାଲି ଥାନା ବିଲୁଙ୍ଗ ଗାଁର ଜିତେନ୍ଦ୍ର ଭଞ୍ଜ ଓ ଦୁମକୁ ଗାଁର ଗୋବିନ୍ଦ ଏକ୍କା। ଏନେଇ ସୂଚନା ଦେଇଛନ୍ତି କୁଚିଣ୍ଡା ଏସ୍ଡିପିଓ ଅମିତାଭ ପଣ୍ଡା।












Click it and Unblock the Notifications