ଜାମ୍ମୁ ଓ କାଶ୍ମୀର କଠୁଆରେ ୪ ଯବାନ ସହିଦ, ୬ଗୁରୁତର

ଶ୍ରୀନଗର : ଜମ୍ମୁ-କଶ୍ମୀରର କଠୁଆ ଜିଲ୍ଲାରେ ସେନା ଉପରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ୪ ଯବାନ ସହିଦ ହୋଇଥିବା ବେଳେ ୬ ଜଣ ଆହତ ହୋଇଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁସାରେ, ସେନା ଗାଡ଼ିରେ ଯବାନମାନେ ମାଛେଡି-କାଣ୍ଡଲି-ମଲହାର ରୋଡରେ ରୁଟିନ ପ୍ୟାଟ୍ରୋଲିଂ କରୁଥିଲେ ।

ଏହି ସମୟରେ ନିକଟସ୍ଥ ପାହାଡ଼ ଉପରେ ରହି ଏକାଧିକ ଆତଙ୍କବାଦୀ ଗାଡ଼ି ଉପରକୁ ଗୁଳି ଓ ଗ୍ରେନେଡ ମାଡ଼ କରିଥିଲେ । ଏଥିରେ ପ୍ରଥମେ ୧୦ ଜଣ ଯବାନ ଆହତ ହୋଇଥିଲେ । ସେମାନଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମଧ୍ୟରୁ ୪ ଜଣ ମୃତ୍ୟୁ ହୋଇଯାଇଥିଲା

army search operation

ସୂଚନା ଅନୁସାରେ ଜମ୍ମୁ-କଶ୍ମୀରର କଠୁଆ ଜିଲ୍ଲା ପଞ୍ଜାବର ପଠାନକୋଟ ଜିଲ୍ଲାକୁ ଲାଗି ରହିଛି । କଠୁଆ ସହରଠାରୁ ୧୫୦ କିଲୋମିଟର ଦୂର ଲୋହାଇ ମଲହାରର ବଡନୋଟା ଗାଁରେ ସେନାର କିଛି ଗାଡ଼ି ନିୟମିତ ପାଟ୍ରୋଲିଂ କରୁଥିବା ବେଳେ ଆତଙ୍କବାଦୀମାନେ ସେମାନଙ୍କୁ ଟାର୍ଗେଟ କରିଥିଲେ । ଆତଙ୍କବାଦୀମାନେ ପ୍ରଥମେ ଗ୍ରେନେଡ ଫିଙ୍ଗିବା ପରେ ଗୁଳି ଚଳନା କରିଥିଲେ ।

ସେନା ପକ୍ଷରୁ ଏହାର ଜବାବ ଦିଆଯାଇଥିଲା । କିନ୍ତୁ ଆତଙ୍କବାଦୀମାନେ ନିକଟସ୍ଥ ଜଙ୍ଗଲ ମଧ୍ୟଦେଇ ଫେରାର ହୋଇଯାଇଥିଲେ । ତେବେ ସଂପୃକ୍ତ ଅଂଚଳରେ ସେନା ଓ ପାରାମିଲିଟାରୀ ଫୋର୍ସର ମିଳିତ କମ୍ବିଂ ଅପରେସନ ଜାରି ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+